ରାୟଗଡା ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ

0
49
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୩/୦୩) : ଆଜି ତା. ୦୩.୦୩.୨୦୨୪, ରାୟଗଡା ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ ସମ୍ମାନୀୟ ଜିଲ୍ଲାପାଳଙ୍କ ଦ୍ଵାରା ସଦର ମହକୁମା ଡାକ୍ତରଖାନା ରାୟଗଡା ଠାରେ ହୋଇଯାଇଛି ।WhatsApp Image 2024 03 03 at 19.30.44 ରାୟଗଡା ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ

ରାୟଗଡା ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ସଫଳତା ପାଇଁ ଜିଲ୍ଲାର ୦ – ୫ ବର୍ଷ ବୟସର ସମୁଦାୟ ୧୧୩୪୪୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ପାଇଁ ୧୦୩୨ଟି ବୁଥ କରାଯାଇଛି । ଏହି ଅଭିଯାନରେ ତାଲିମ ପ୍ରାପ୍ତ ୨୦୬୪ଜଣ ଟୀକାକର୍ମୀଙ୍କ ସହିତ ୧୨୬ ଜଣ ସୂପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ଅପହଞ୍ଚ, ଦୁର୍ଗମ କିମ୍ବା କୌଣସି ସ୍ଥାନକୁ ଯାତ୍ରା କରୁଥିବା ଶିଶୁଙ୍କ ଟୀକାକରଣ ପାଇଁ ୩୪ଟି ଟ୍ରାଞ୍ଜିଟ ଟିମ ସହ ୨୩ଟି ମୋବାଇଲ ଟିମକୁ ପ୍ରସ୍ତୁତ କରାଯାଇଛି ।