ମାର୍ଚ୍ଚ ୧୫ ରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା

0
31
ମାର୍ଚ୍ଚ ୧୫ରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୫/୦୩) : ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା । ଆଜି ନୋଡାଲ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ହୋଇ ଆସନ୍ତାକାଲି ସୁଦ୍ଧା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିବ ।

ତେବେ ୧୫ ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଫେବ୍ରୁୟାରୀ ୨୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଗତକାଲି ସାମାଜିକ ବିଜ୍ଞାନ ପରୀକ୍ଷା ସହ ଶେଷ ହୋଇଛି । ଉତ୍ତର ଖାତା ଗୁଡ଼ିକ ଆସନ୍ତା ୧୩ ତାରିଖ ସୁଦ୍ଧା ୫୪ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଗୁଡ଼ିକୁ ପହଞ୍ଚିଯିବ। ମାର୍ଚ୍ଚ ୧୪ ରେ ମୂଲ୍ୟାୟନ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାତା ଦେଖା ଆରମ୍ଭ ହେବାର ୧୫ ଦିନ ଭିତରେ ମୂଲ୍ୟାୟନ ଶେଷ ହେବ ।