ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ଦ୍ୱିତୀୟ ବିମାନ

0
89
ଭୁବନେଶ୍ୱରରୁ ଜୟପୁରକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୬/୧୧) : ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିଲା ଦ୍ୱିତୀୟ ବିମାନ । ଭୁବନେଶ୍ୱରରୁ ସକାଳ ୭ଟା ୧୫ରେ ଛାଡ଼ିବା ପରେ ଜୟପୁରରେ ୮ଟା ୪୦ ମିନିଟରେ ପହଞ୍ଚିଛି ବିମାନ ।

ଏହାପରେ ୯ଟାରେ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି ବିମାନ । ସପ୍ତାହକୁ ଦୁଇ ଦିନ ସୋମବାର ଓ ଶୁକ୍ରବାର ଇଣ୍ଡିଆ ୱାନ୍ ପକ୍ଷରୁ ବିମାନ ଚଳାଚଳ କରିବ । ଏହି ବିମାନ ସେବା ଦ୍ୱାରା କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି । ଆଜି ପ୍ରଥମ ଫ୍ଲାଇଟରେ ଭୁବନେଶ୍ୱରରୁ ୬ ଜଣ ଯାତ୍ରୀ ଜୟପୁର ଗସ୍ତ କରିଛନ୍ତି । ସେହିପରି ଜୟପୁରରୁ ୮ ଜଣ ଯାତ୍ରୀ ଫ୍ଲାଇଟ୍ ଯୋଗେ ଭୁବନେଶ୍ୱର ଯାତ୍ରା କରିଛନ୍ତି । ବଡ଼ ବିମାନ ଅବତରଣ ପାଇଁ ୨୫୦ କୋଟି ଟଙ୍କା ବଜେଟରେ ଏୟାରପୋର୍ଟ ନିର୍ମାଣ ଚାଲିଥିବା କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।ସୂଚନାଯୋଗ୍ୟ, ଗତବର୍ଷ ଆକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା । ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ ।