ବୁଲା କୁକୁରଙ୍କ ପ୍ରାଦୁର୍ଭାବ ୧୦ଛେଳି ୩ ମେଣ୍ଢାଙ୍କ ମୃତ୍ୟୁ

0
80
ବୁଲା କୁକୁରଙ୍କ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୫/୩) : ଗତ ଦୁଇଦିନ ତଳେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ି ଯାଇଥିବାରୁ ଏନ ଏ ସି ଅଂଚଳ ରେ ଲୋକେ ବାହାରକୁ ବାହସରିବାକୁ ଉଚିତ ମନେ କରି ନାହାନ୍ତି ।

କାଶୀନଗର ୱାର୍ଡ ନ.୬ ର ବାସିନ୍ଧା ଗୁଣାପୁ ସନ୍ତୋଷ ଛେଳି ପୋଷି ନିଜର ଜୀବିକା ନିର୍ବାହ କରନ୍ତି । ସେ ଛେଳି ଓ ମେଣ୍ଢା ଗୁଡିକୁ ନିଜ ଖଳା ରେ ରଖି ଘର କୁ ପଖାଳ ଖାଇବା ପାଇଁ ଆସିବା ବେଳେ ବୁଲା କୁକୁର ଗୁଡିକ ଛେଳି ଓ ମେଣ୍ଢା କୁ ରକ୍ତାକ୍ତ କରି କାମୁଡି ଦେବା ଫଳରେ ସେହି ଖଳାରେ ହିଁ ଛଟ ପଟ ହୋଇ ମରିଛନ୍ତି, ଏଣୁ ସେହି ଛେଳି ଚାଷୀକୁ କ୍ଷତି ପୂରଣ ଦେବା ସହ ବୁଲା କୁକୁର ପ୍ରାଦୁର୍ଭାବକୁ ଏନ ଏ ସି କତୃପକ୍ଷ ଦୃଷ୍ଟି ଦେବାକୁ ଜନ ସାଧାରଣ ଦାବୀ କରିଛନ୍ତି ।