ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0
50
ବ୍ଲକ ସ୍ତରୀୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୬/୩) : ଆଜି ଗୁଣପୁର ବ୍ଲକ ସଭାଗୃହରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।

ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ । ପ୍ରଥମେ ବିଘ୍ନ ବିନାଶକ ଗଣେଶଙ୍କ ଠାରେ ପ୍ରଦିପ ପ୍ରଜ୍ବଳନ ପରେ କେକ କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ‌। ବିଶେଷ କରି ସମାଜରେ ମହିଳା ମାନଙ୍କ ଭୂମିକା କେତେ ଗୁରୁତ୍ଵପୂର୍ଣ୍ଣ ସେ ସମ୍ବନ୍ଧରେ ଜନ ଜାଗରଣ ସୃଷ୍ଟି କରିବା ନିମନ୍ତେ ଆଜି ଏହି ଦିବସ ପାଳନ କରାଯାଇଥାଏ । ମୂଖ୍ୟ ଅତିଥି ଭାବେ ଗୁଣପୁର ଉପ ଜିଲ୍ଲାପାଳ କିରନଦିପ କୈାର ସହୋତା ଯୋଗ ଦେଇ ନାରୀ ମାନଙ୍କୁ ଶିକ୍ଷା ନିମନ୍ତେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇବାର ଆବଶ୍ୟକ ରହିଛି ବୋଲି କହିଥିଲେ । ମୂଖ୍ୟ ବକ୍ତା ଭାବେ ଗୁଣପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ ଯୋଗ ଦେଇ ନିଜ ଅଭିଭାଷଣ କହିଛନ୍ତି ଯେ, ନାରୀ ପ୍ରଗତି ପାଇଁ କେବଳ ସରକାର ଓ କିଛି ସ୍ବେଛାସେବୀ ସଂଗଠନର ଉଦ୍ୟମ ଯଥେଷ୍ଟ ନୁହେଁ, ଆମକୁ ଆମ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ପଡିବ ।

ନିମନ୍ତ୍ରିତ ଅତିଥି ଭାବେ କିଡସ୍ ଗି ର ପ୍ରିନସପାଲ ସ୍ବୟଂପ୍ରଭା ମହାପାତ୍ର ଯୋଗଦେଇ ମହିଳା ମାନେ ନିଜ ଅଧିକାର ସମ୍ବନ୍ଧରେ ସଚେତନ ହେବା ଆବଶ୍ୟକ ଵୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଗୁଣପୁର ଆଦର୍ଶ ଥାନା ଏସ୍ ଆଇ ଲକ୍ଷ୍ମୀ ପରିଜା ଯୋଗଦେଇ କହିଥିଲେ ଯେ , ଆଜିବି ବଳାତ୍କାର , କନ୍ୟା ଭୃଣ ହତ୍ୟା , ଯୌତୁକ ସମସ୍ୟା , ବଧୂ ନିର୍ଯାତନା ଭଳି ନିନ୍ଦନୀୟ ଓ ଅମାନୁଷିକ ଘଟଣା ଦେଖିବାକୁ ମିଳୁଛି, ତେଣୁ ଆଜିର ନାରୀ ଅବଳା ନୁହେଁ ବରଂ ସଚେତନ ହୋଇ ପୁରୁଷ ସହ କାନ୍ଧରେ କାନ୍ଧ ମିଳାଇ ଚାଲିବାର ଅଛି । ଉକ୍ତ କାର୍ଯ୍ୟକ୍ରମକୁ ସି ଡ଼ି ପି ଓ ସୁଷମା ପ୍ରସାଦ ପରିଚାଳନା କରିବା ସହ ଆନ୍ତର୍ଜାତିକ ମହିଳା ଦିବସର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଜୁଳା ପଟ୍ଟନାୟକ (ବି ଏଲ ଏଫ), ଏନ୍ ଆର୍ ସି କନସେଲଟେଣ୍ଟ ନିଶା ରାଣୀ ମିଶ୍ର ଯୋଗଦେଇ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକର ଶତାଧିକ ଅଙ୍ଗନବାଡି କର୍ମୀ, ସୁପରଭାଇଜର, ଏମ୍ ବି କେ ମାନେ ଯୋଗଦେଇଥିଲେ । ପରିଶେଷରେ ସିଡିପିଓ ସୁଷମା ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।