ଗୁଣପୁର କଂଗ୍ରେସର ବାହାଘର ରାଜନୀତି

0
260
ଗୁଣପୁର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୨) : ଆସିଗଲା ନିର୍ବାଚନ, ଆରମ୍ଭ ହେଲା ରାଜନୀତି, ରାଜନୈତିକ ପାଣିପାଗ ଦିନକୁ ଦିନ ରଙ୍ଗିନ ହେବାରେ ଲାଗିଛି ।WhatsApp Image 2024 02 14 at 11.52.12 ଗୁଣପୁର କଂଗ୍ରେସର ବାହାଘର ରାଜନୀତି

ଏହି କ୍ରମରେ ଆଜି ଗୁଣପୁର ଟାଉନ ହଲ୍ ଠାରେ କଂଗ୍ରେସ ପକ୍ଷରୁ ବିଜେପି ଓ ବିଜେଡ଼ି ର ପ୍ରତୀକାତ୍ମକ ବିବାହର ଆୟୋଜନ ହୋଇଥିଲା । ସଜା ହୋଇଥିଲା ବେଦୀ ମଣ୍ଡପ, ଶଙ୍ଖ, ହୁଳହୁଳି ସାଙ୍ଗକୁ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣରେ ଦୁଲୁକି ଉଠୁଥିଲା ଵେଦି ମଣ୍ଡପ । ଡ଼ାକରା ପାଇ ବର ଆସିଗଲେ କନିଆଁ ବି ରେଡି , ଚାଲିଲା ବିଜେପି ଓ ବିଜେଡ଼ି ର କଟାକ୍ଷ ଭରା ବାହାଘର । ହଁ ଆଜ୍ଞା ଇଏ ଏମିତି ସେମିତିକା ବାହାଘର ନୁହେଁ , ଖୋଦ୍ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓ ତାଙ୍କ ଧର୍ମପତ୍ନୀ ପୂଜା ଉଲ୍ଲାକାଙ୍କ ପ୍ରତକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ବାହାଘର । ବିଜେଡି ପାଇଁ ପଦ୍ମପୁର ବ୍ଳକ ନୂଆଗଡ ପଞ୍ଚାୟତ ସରପଞ୍ଚ ମମିତା ମାଝି କନ୍ୟା ସାଜିଥିବା ବେଳେ ବିଜେପି ପାଇଁ ତାଙ୍କ ସ୍ବାମୀ ପାଉଲ ମାଝି ବର ସାଜିଥିଲେ ।

ଏହି ଵ୍ୟଙ୍ଗାତ୍ମକ ବିବାହ ଉତ୍ସବରେ କଂଗ୍ରେସ ଦଳର ବହୁ ଛାମୁଆଁ ନେତା ଓ ଶହଶହ କର୍ମୀ ଯୋଗ ଦେଇଥିଲେ । ଯୁବନେତା ତଥା ବିଧାୟକ ଆଶାୟୀ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗଙ୍କ ନେତୃତ୍ବରେ ଏହି ନିଆରା ବିବାହକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠାରୁ ଜିଲ୍ଲା ସଭାପତି ବିଜୟ ଗମାଙ୍ଗଙ୍କ ଅନୁପସ୍ଥିତି କୁ ନେଇ ଅଧିକ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟ ଓ କେନ୍ଦ୍ରର ଶାସକ ଦଳଙ୍କ ମଧ୍ୟରେ ଭିତିରିଆ ମେଣ୍ଟ ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଏଭଳି ବିବାହର ଆୟୋଜନ କରାଯାଇଥିବା ବେଳେ ଦୀର୍ଘ ଦୁଇଵର୍ଷ ବ୍ୟବଧାନ ପରେ ସାଂସଦଙ୍କ ଗୁଣପୁର ଗସ୍ତକୁ, ରାଜନୈତିକ ସମାଲୋଚକ ଙ୍କୁ ଖୁରାକ ଯୋଗାଇଛି ।