ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷାଙ୍କ କୃଷି ବିଭାଗ ବୈଷୟିକ କମିଟିକୁ ନାକଚ ଲାଗି ହାଇକୋର୍ଟରେ ରିଟ ପିଟିସନ

0
50
ପୁରୁଷୋତ୍ତମପୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୦୬/୦୩) : ପୁରୁଷୋତ୍ତମପୁର ବ୍ଲକ ଅଧୀନରେ ଥିବା କୃଷି ବିଭାଗ (ଆତ୍ମା) ର କମିଟିକୁ ନାକଚ କରିବା ପାଇଁ ଗତ ତା -୨୭/୦୨ /୨୪-ରିଖରେ ବ୍ଲକ ଅଧକ୍ଷା ପିଙ୍କି ବେହେରା ହାଇକୋର୍ଟରେ ଏକ ରିଟ ପିଟିସନଦାୟର କରିଛନ୍ତି ।

ଯାହାର — ଡବ୍ଲୁ. ପି. (ସି ) ନଂ ହେଉଛି ୪୨୮୫ ଅଫ ୨୦୨୪, ଏବଂଆଇ.ଏ.ନଂହେଉଛି ୨୯୬୧ ଅଫ ୨୦୨୪ ଅଟେ । ବ୍ଲକ ଅଧକ୍ଷା ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟ ଧୀଶଙ୍କୁ ଏହି କମିଟିକୁ ନାକଚ କରିବା ସହ ଏହାକୁ ନୂତନ କମିଟି ଗଠନ ପର୍ଯ୍ୟନ୍ତ ଅସିଦ୍ଧ ଘୋଷଣା କରିବା ଲାଗି ଅନୁରୋଧ କରିଛନ୍ତି । ଘଟଣାରୁ ଜଣା ଯାଇଛି ଯେ ଦୁଇବର୍ଷ ଲାଗି ଏହି କମିଟି, ଗଠନ ପାଇଁ ବିଭିର୍ଣ୍ଣ ବିଭାଗ ଯଥା କୃଷି, ଉଦ୍ୟାନ, ଫିସେରୀ, ଭେଟନେରୀ, ମିଶନ ଶକ୍ତି ସହ ଅନ୍ୟାନ୍ୟ କର୍ମକର୍ତ୍ତା ଓ ବିଡ଼ିଓ ଙ୍କ ଦ୍ୱାରା ୨ ଜଣ ଜନ ପ୍ରତିନିଧି ମୋଟ ୨୨ ଜଣ ସଦସ୍ୟ ଙ୍କୁ ନେଇ ଏହି କମିଟିଗଠନ କରାଯିବାକୁ ନିୟମ ରହିଥିଲା ବେଳେ ୨୦ ଜଣ ସଦସ୍ୟ ଙ୍କୁ ନେଇ ଏହି ଆତ୍ମା ର କମିଟି ଗଠନ କରାଯାଇ ସେମଧ୍ୟରୁ ଜଣଙ୍କୁ ଆତ୍ମାର ଅଧକ୍ଷ କରାଯାଇ ଥିଲା ।

ତେବେ ୨ ଜଣ ଜନ ପ୍ରତିନିଧି ଇନ୍ଦ୍ରଜିତ ନାୟକ ଓ ସିମାଞ୍ଚଳ ଗୌଡ଼ ଙ୍କ ନାମକୁ ଜିଲ୍ଲାପାଳ ଙ୍କ ଅନୁମୋଦନ ପାଇଁ ପଠା ଯାଇ ଥିଲା ଏବଂ ଜିଲ୍ଲା ପାଳ ମଧ୍ୟ ଏହି ଦୁଇଜଣ ଙ୍କ ନାମକୁ ମଞ୍ଜୁର କରିଥିଲେ । ତେବେ ଏହିମାସ ୨ ତାରିଖରେ ଏହାର ବୈଠକ ପାଇଁ ନିଷ୍ପତି ନିଅ ଯାଇଥିଲା ବେଳେବ୍ଲକ ଅଧକ୍ଷା କୌଣସି କାରଣକୁ ନେଇଏହି କମିଟି କୁ ଅସିଦ୍ଧ ଘୋଷଣା କରିବା ପାଇଁ ଉଚ୍ଚ ନ୍ୟାୟଳୟ ର ଦ୍ୱାରସ୍ତ ହୋଇ ରିଟ ପିଟିସନ ଦାୟର କରିଛନ୍ତି । ଏବଂ ଏହି ନୋଟିସିରେ କୃଷି ସଚିବ, ଗଞ୍ଜାମ ଜିଲ୍ଲାପାଳ, ଆତ୍ମାର ଅଧକ୍ଷ, ବ୍ଲକ କୃଷି ଅଧିକାରୀ ଙ୍କୁ ପକ୍ଷ ଭୂକ୍ତ କରାଯାଇ ଅଛି । ତେଣୁ ମାମଲାର ଫଇସଲା ନହେବା ନହେବା ପର୍ଯ୍ୟନ୍ତ ଆତ୍ମାର କୌଣସି ବୈଠକ ହୋଉ ପାରିବ ନାହିଁ ବୋଲି ଅଧକ୍ଷା ଉଚ୍ଚ ନ୍ୟାୟାଳୟ କୁ ଆବେଦନ ଦର ଖାସ୍ତ ରେ ଜଣାଇଛନ୍ତି ।