ଗାୟତ୍ରୀ ମହାବିଦ୍ୟାଳୟରେ ଜାତୀୟ ଫାର୍ମାସି ଶିକ୍ଷା ଦିବସ ପାଳିତ

0
59
ଗାୟତ୍ରୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୬/୩) : ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଆଜି ଜାତୀୟ ଫାର୍ମାସି ଶିକ୍ଷା ଦିବସ ପାଳିତ ହୋଇଯାଇଅଛି ।

ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ ଦାସ, ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ, ପ୍ରିନ୍ସିପାଲ ଡ଼ଃ.ପ୍ରକାଶ ଚନ୍ଦ୍ର ସେନାପତି, ଭାଇସ ପ୍ରିନ୍ସିପାଲ ଡଃ.କାହ୍ନୁଚରଣ ପାଣିଗ୍ରାହୀ ଓ ଡଃ.ରେଡି ଫାର୍ମାସ୍ଯୁଟିକାଲ୍ ରୁ ଫାର୍ମା ବିଶେଷଜ୍ଞ ପି.ସୁଧୀର କୁମାର ପାତ୍ର ଏବଂ ଓଡିଶା ସରକାରଙ୍କ ଡ୍ରଗ କଣ୍ଟୋଲ୍ ତଥା ଟେଷ୍ଟିଙ୍ଗ ଲାବୋରେଟରୀ ର ବୈଜ୍ଞାନିକ ଆଶୁତୋଷ ମହାପାତ୍ର ଅତିଥି ରୁପେ ଯୋଗଦେଇଥିଲେ । ୧୯୩୭ ମସିହାରେ ବାରଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ପ୍ରଥମ ଫାର୍ମାସି ପାଠ୍ଯକ୍ରମ ଶ୍ରୀ ମହାଦେବ ଲାଲ୍ ସ୍କରଫ୍ ଙ୍କ ଦ୍ବାରା ହୋଇଥିଲା । ତେଣୁକରି ୧୯୦୨ ମାର୍ଚ୍ଚ ୬ ତାରିଖ ମହାଦେବ ଲାଲ୍ ସ୍କରଫ୍ ଙ୍କ ଜନ୍ମ ଦିନକୁ ମନେପକାଇ ପ୍ରତି ବର୍ଷ ମାର୍ଚ୍ଚ ୬ ତାରିଖକୁ ଜାତିୟ ଫାର୍ମାସି ଶିକ୍ଷା ଦିବସ ରୁପେ ପାଳନ କରାଯାଉଛି ।

ନୂତନ ଶିକ୍ଷାନୀତି ଦ୍ବାର ଫାର୍ମାସି ଶିକ୍ଷା ପରେ କିପରି ଛାତ୍ରଛାତ୍ରୀମାନେ ଫାର୍ମା ଉଦ୍ୟୋଗ ସହ ସରକାରୀ ଗବେଷଣା କ୍ଷେତ୍ରରେ ନିଜକୁ ନିୟୋଯିତ କରିପାରିବେ ,ଏହା ଅତିଥିମାନେ ନିଜ ନିଜର ବକ୍ତବ୍ଯରେ କହିଥିଲେ । ପ୍ରଶାସନିକ ଅଧିକାରୀ ଶ୍ରୀ ପି.ଭି.କୋଟେଶ୍ୱର ରାଓଙ୍କ ଅଧ୍ୟକ୍ଷତା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ସହଯୋଗ କରିଥିଲେ ।