ଜିଲ୍ଲାପାଳ ଙ୍କ ଗୁଣପୁର ଗସ୍ତ

0
59
ଜିଲ୍ଲାପାଳ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୬/୨) : ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଗୁଣପୁର ଗସ୍ତ କରି ୨୦୨୪ ସାଧାରଣ ନିର୍ବାଚନର ପୂର୍ବ ପ୍ରସ୍ତୁତି, ଷ୍ଟ୍ରଙ୍ଗ ରୁମ, ଗାଡି ପାର୍କିଙ୍ଗ ଆଦିର ସମୀକ୍ଷା କରିଥିଲେ ।WhatsApp Image 2024 02 06 at 12.23.34 ଜିଲ୍ଲାପାଳ ଙ୍କ ଗୁଣପୁର ଗସ୍ତ

ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଷ୍ଟ୍ରଙ୍ଗ ରୁମ, ତହସିଲ କାର୍ଯ୍ୟାଳୟ ନିକଟ ପଡ଼ିଆରେ ଗାଡି ପାର୍କିଂ କିପରି ସୁରୁଖୁରରେ ହୋଇ ପାରିବ ସେ ନେଇ ତର୍ଜମା କରିଥିଲେ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ (ପ୍ରିଜାଇଡିଂ ଅଧିକାରୀ, ପୋଲିଂ ଅଧିକାରୀ) ମାନଙ୍କ ଖାଇବା, ସେମାନଙ୍କ ରହିବା ଆଦି କିପରି ହୋଇ ପାରିବ ଓ କିପରି ବୁଥକୁ ଯିବେ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଉପ ଜିଲ୍ଲାପାଳ କୀରନଦୀପ କୌର ସମସ୍ତ ବିଷୟ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ।

ପୂର୍ବରୁ ଗୁଣପୁର ଓ ବିଷମ କଟକ ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟ ଗୁଣପୁରରେ ହେଉଥିଲା କିନ୍ତୁ ଚଳିତ ବର୍ଷ କେବଳ ଗୁଣପୁର ନିର୍ବାଚନ ମଣ୍ଡଳୀର କାର୍ଯ୍ୟ ଗୁଣପୁରରେ ହେବ, ବିଷମ କଟକ ନିର୍ବାଚନ ମଣ୍ଡଳୀର କାର୍ଯ୍ୟ ରାୟଗଡ଼ା ଠାରେ ହେବ । ଗୁଣୁପୁର ଡିଗ୍ରୀ କଲେଜରେ ଚାଲିଥିବା 5T କାର୍ଯ୍ୟ, ଶେଫାଳି ପାହାଡ଼ର ରାସ୍ତା କାର୍ଯ୍ୟ, ପାହାଡ଼ ଉପରେ ହେବାକୁ ଥିବା କଲ୍ୟାଣ ମଣ୍ଡପ, ପରିକ୍ରମା ପ୍ରକଳ୍ପ, ଶୈବ ମନ୍ଦିରର ସୌନ୍ଦର୍ଜିକରଣ ସୌନ୍ଧର୍ଯ୍ୟୀକରଣ କାର୍ଯ୍ୟଆଦି ତଦାରଖ କରିଥିଲେ ।

ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳଙ୍କ ସମେତ ଗୁଣୁପୁର ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ, ଗୁଣୁପୁର ତହସିଲଦାର ଲୀଳାବତୀ ଆଚାର୍ଜୀ, ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିଶଙ୍କର ଶର୍ମା, ଅତରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରଜ ନାୟକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, ପୌରପରିଷଦର ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର ପ୍ରମୁଖ ଉପସ୍ଥିତ ଥିଲେ । ଗୁଣୁପୁର କଲେଜରେ ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତି, ପ୍ରାଧ୍ୟାପକ ସୂର୍ଯ୍ୟ ନାରାୟଣ ପଣ୍ଡା, ଏବଂ ସେଫାଳି ପାହାଡ଼ ମନ୍ଦିର କମିଟିର ସଦସ୍ୟ ଅଜିତ ପଣ୍ଡା, ମୁନା ପାଢ଼ୀ, ନୁନୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।