ଅନ୍ତଃରାଜ୍ୟ ସୀମାନ୍ତ ଅଞ୍ଚଳରେ ଅବକାରୀ ଧରପଗଡ

0
146
ଅନ୍ତଃରାଜ୍ୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୮/୩) : ଅନ୍ତଃରାଜ୍ୟ ସୀମାନ୍ତ ଅଞ୍ଚଳରେ ଅବକାରୀ ଧରପଗଡ ।WhatsApp Image 2024 03 08 at 10.33.31 1 ଅନ୍ତଃରାଜ୍ୟ ସୀମାନ୍ତ ଅଞ୍ଚଳରେ ଅବକାରୀ ଧରପଗଡ

ଅନ୍ତଃରାଜ୍ୟ ସୀମାନ୍ତ ଅଞ୍ଚଳରେ ଅବକାରୀ ଧରପଗଡ । ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଏବଂ ପାର୍ବଣ ଋତୁ ଶିବରାତ୍ରି ପାଇଁ ଶ୍ରୀ ମନୋଜ ସତ୍ୟୱ।ନ ମହାଜନ(ଜିଲ୍ଲାପାଳ ରାୟଗଡ଼ା ) ଓ ଅବକାରୀ ଅଧିକ୍ଷକ ରାୟଗଡ଼ାଙ୍କ ନିର୍ଦ୍ଦେଶକ୍ରମେ (୭/୩/୨୪ ତାରିଖରେ) ରାୟଗଡ଼ା ସଦର ଅବକାରୀ ନିରୀକ୍ଷକ ଶ୍ରୀ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଶେଷଖାଲ ଥାନା ଅର୍ନ୍ତଗତ ବେରେଡା, ଅନିଶା, ମେଟୁ କେରେଡା ଓ ଆଖପାଖ ଅଞ୍ଚଳରେ ଅତର୍କିତ ଚଢ଼ାଉ କରାଯାଇଥିଲା ।

ଉକ୍ତ ଚଢ଼ାଉ ସମୟରେ ତିନୋଟି କେସ ରୁଜୁ କରାଯାଇ ୮୬୦ ଲିଟର ଦେଶୀ ମଦ, ୫୬୫୦ ଲିଟର ମହୁଲ ପୋଚ ଓ ରନ୍ଧା କାର୍ଯ୍ୟରେ ବ୍ୟବହୃତ ସରଞ୍ଜାମ ତଥା ଡ୍ରମ୍ ଗୁଡ଼ିକୁ ପୋଡ଼ି ନଷ୍ଟ କରିଦିଆଯାଇଛି । ଉକ୍ତ ଅତର୍କିତ ଧରପଗଡରେ ସତ୍ୟନାରାୟଣ ଦାସ (ଅବକାରୀ ନିରୀକ୍ଷକ, ରାୟଗଡ଼ା), ସଞ୍ଜୟ କୁମାର ପ୍ରଧାନ (ଓ ଆଇ ସି , ରାୟଗଡ଼ା, ଅବକାରୀ ଥାନା), ଦିନେଶ କୁମାର (ଏସ୍ ଆଇ , ଅବକାରୀ ଭ୍ରାମ୍ୟମାଣ ସଂସ୍ଥା), ରାଶି ନାୟକ (ଏ ଏସ୍ ଆଇ , ରାୟଗଡ଼ା ଅବକାରୀ ଥାନା), କିଲ୍ଲାଡା ଭାଷ୍କର (ଏ ଏସ୍ ଆଇ, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ), ସଂଗ୍ରାମ ପ୍ରଧାନ (ରାୟଗଡ଼ା ଅବକାରୀ ରେଞ୍ଜ) ଓ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ବୃନ୍ଦ ସାମିଲ୍ ଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି ଉକ୍ତ ଧରପଗଡ ରାୟଗଡ଼ା ଜିଲ୍ଲାର ଓଡ଼ିଶା ଏବଂ ଆନ୍ଧ୍ର ସିମାବର୍ତ୍ତି ଅଞ୍ଚଳରେ ହୋଇଥିଲା । ପାର୍ବଣ ସମୟରେ ବହୁ ମାତ୍ରାରେ ମଦ ମାଫିଆ ସକ୍ରିୟ ହୋଇଥାନ୍ତି । ଆନ୍ତଃ ରାଜ୍ୟ ସିମାବର୍ତ୍ତି ଅଞ୍ଚଳରେ ମଦର ପ୍ରଭାବ ରୋକିବା ପାଇଁ ଅବକାରୀ ବିଭାଗର ଏହା ଏକ ପ୍ରୟାସ । ରାୟଗଡ଼ା ଅବକାରୀ ବିଭାଗ ଆଗକୁ ମଧ୍ୟ ଏପରି ଚଢ଼ାଉ ଜାରି ରଖିବ ବୋଲି ସୂଚନା ଦେଇଛି, ଫଳରେ ମଦ ମାଫିଆଙ୍କ ଗହଣରେ ଆତଙ୍କ ଖେଳି ଯାଇଛି ।