ୱାର୍ଡ ନମ୍ବର ସାତ ବସ ଷ୍ଟାଣ୍ଡ କୁ ବନ୍ୟା ଜଳ କୁଆଡୁ ଆସିଲା ? ଯୋଜନା କିଭଳି ହରିଲୁଟ ହେଉଛି

0
48
ୱାର୍ଡ ନମ୍ବର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୮/୩) : କାଶୀନଗର ଏନ ଏ ସି ଅଞ୍ଚଳରେ ବିଭିନ୍ନ ଯୋଜନା କିଭଳି କାର୍ଯ୍ୟ କାରି ହେଉଛି ଏହି ଫଳକ ତାର ଜ୍ୱଳନ୍ତ ଉଦାହରଣ ।

ୱାର୍ଡ ନମ୍ବର ସାତ ବସ ଷ୍ଟାଣ୍ଡ କୁ ବନ୍ୟା ଜଳ କୁଆଡୁ ଆସିଲା ? ଯୋଜନା କିଭଳି ହରିଲୁଟ । ହେଉଛିପ୍ରକାଶ ଥାଉକି ୨୦୨୨-୨୩ ଆର୍ଥିକ ବର୍ଷରେ ୭ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟ ରେ ରାମ ମନ୍ଦିର ଠାରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ନାଳ ଖୋଳା ଯାଇ ସେଥିରେ ପ୍ଲେଟ ପକା ଯାଇଛି । କିନ୍ତୁ ଯୋଜନା ର ନାମ ଲେଖା ଯାଇଛି କି ବନ୍ୟା ଜଳ ନିଷ୍କାସନ, ଏଠାକୁ ୧୯୮୦ ମସିହା ପ୍ରଳୟଙ୍କରି ବନ୍ୟାରେ ମଧ୍ୟ ଏହି ବସ ଷ୍ଟାଣ୍ଡ କୁ ପାଣି ଆସିନଥିଲା । ଯାହା ଦେଖିଲେ ଜଣା ପଡୁଛି ଆବଶ୍ୟକ ନ ଥିବା ଯାଗାରେ ମଧ୍ୟ ନାଳ ନିର୍ମାଣ କରି ଟଙ୍କା ଯେଭଳି ଖର୍ଚ୍ଚ ହେବ ସେହି ଭଳି କାର୍ଯ୍ୟ ଚାଲୁଛି, ଏଠାରେ ମୁକ୍ତା ଯୋଜନା ରେ ଅନେକ କାର୍ଯ୍ୟ କରାଯାଇଛି ।

ଯେଉଁଠି କି ମାନବ ସମ୍ବଳ ବା ଲୋକ ଙ୍କୁ କାର୍ଯ୍ୟ ରେ ଲଗା ଯାଇନାହିଁ, କେବଳ ମିଛ ମାଷ୍ଟର ରୋଲ କରି କାମ କୁ ଯାଇ ନଥିବା ଲୋକ ଙ୍କ ନାମ ଲେଖି ବିଲ ହେଉଛି । ମୁକ୍ତା ଯୋଜନା କାଶୀନଗର ଏନ ଏ ସି ରେ ବାଟ ବଣା ହୋଇଛି । କେବଳ ଏନ ଏ ସି ଜବର ଦାଖଲ ନାମ ରେ ଚାରି ଆଡେ ଖୋଳା ଖୋଳି କରି ଅନାବଶ୍ୟକ ଭାବେ ଉପର ଘର ଗୁଡିକୁ ମଧ୍ୟ ଭାଙ୍ଗି ଦେବା ଫଳରେ ସାଧାରଣ ଜନତା ନ ଥିବା ହଇରାଣ ହରକତ ହେଉଛନ୍ତି । ରାଜସ୍ବ ବିଭାଗ ର କ୍ଷେତ୍ର କର୍ମଚାରୀ କିଛି ହାତ ଗୁଂଜା ପାଇ କାହାକୁ ଛାଡିଛନ୍ତି ତୋ କାହାକୁ ସର୍ବ ହରା କରିଛନ୍ତି ।

ସମସ୍ତ କାମ ସ୍ୱୟଂ ସହାୟକ ଗୋଷ୍ଠି ନାମ ରେ କାମ ମଂଜୁର କରି ଶାସକ ଦଳ ଓ ବିରୋଧୀ ୬୦ :୪୦ ରେ କାର୍ଯ୍ୟ କରୁଛନ୍ତି । ଏଣୁ ଗୁହାରି କରିବା କାହାକୁ ନୀତି ରେ ଜନ ସାଧାରଣ ତୁନି ରହିବାକୁ ବାଧ୍ୟ ହୋଇଛନ୍ତି । ଏଣୁ ଜିଲ୍ଲାପାଳ ତଦନ୍ତ କରିବାକୁ ଜନ ସାଧାରଣ ଦାବୀ କରୁଛନ୍ତି । ଏଭଳିକି ଉନ୍ନୟନ ନାମରେ ବସ ଷ୍ଟାଣ୍ଡରେ ଥିବା ଏକ ବିରାଟ ଶତାୟୁ ବର ଗଛ କୁ ମଧ୍ୟ ହାଣୁଛନ୍ତି । ବନ ବିଭାଗ ତାଗିଦ କରିଥିଲେ ସୁଧା ଶାଖା ନିର୍ମଳ ନାମରେ ଏହା କୁ କାଟି ଚାଲିଛନ୍ତି । ଏହା ରହିବା ଦ୍ୱାରା ଧୂଳି ଦୂଷିତରୁ ଲୋକେ ରକ୍ଷା ପାଇପାରୁଛନ୍ତି ଓ ବହୁ ପକ୍ଷୀ ଙ୍କ ବଷା ଭାଙ୍ଗି ଯାଇଛି ।