ରାସ୍ତାକଡ଼କୁ ଓଲଟିଲା ବରଯାତ୍ରୀ ଗାଡ଼ି; ୩ ମୃତ, ୧୩ ଆହତ

0
44
ରାସ୍ତାକଡ଼କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାଉରକେଲା, (୦୮/୦୩) : ରାସ୍ତାକଡ଼କୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି ।

ଘଟଣା ଘଟିଛି ରାଉରକେଲା ଲାଠିକଟା ଥାନା ମୁଣ୍ଡା ଜୋରଠାରେ । ଆହତମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଲାଠିକଟାରେ ବିବାହ ଭୋଜି ଥିଲା । ଗତକାଲି ବିଳମ୍ବିତ ରାତିରେ ଝାଡଖଣ୍ଡ ବନପୋସେଇଟାରୁ ବରଯାତ୍ରୀ ମାନେ ଏକ ପିକ୍‌ଅପ୍ ଭ୍ୟାନରେ ଲାଠିକଟା ଅଭିମୁଖେ ଆସୁଥିଲେ । ମୁଣ୍ଡା ଜୋରଠାରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।