ପୋଖରୀରେ ଗାଧୋଇବାକୁ ଯାଇ ବୁଡିଗଲା ନାବାଳିକା

0
37
ପୋଖରୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୮/୦୩) : ଜହ୍ନା ଗାଁରେ ଅଘଟଣ । ଗାଧେଇବାକୁ ଯାଇ ପୋଖରୀରେ ବୁଡି ନାବାଳିକା ମୃତ । ସୂଚନା ଅନୁଯାୟୀ ଜହ୍ନା ଗାଁ’ର ଲକ୍ଷ୍ମୀ ଅମାନ୍ତଙ୍କ ନାବାଳିକା ଝିଅ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିଲେ ।

ଅନେକ ସମୟ ବିତିଗଲା ପରେ ବି ଝିଅ ଆଉ ଘରକୁ ଫେରିନଥିଲା । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଝିଅ ଗାଁ ପୋଖରୀରେ ଭାସୁଥିବା ଖବର ପାଇ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ । ଏଥିସହିତ ଝିଅକୁ ଉଦ୍ଧାର କରି ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ମୃତ ଘୋଷଣା କରିଛନ୍ତି । ସେପଟେ ଝିଅର ମୃତ୍ୟୁ ପରେ ପୁରା ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।