୨୪ ପ୍ରହରୀ ନାମ ଯଜ୍ଞ ନିମନ୍ତେ କଳସ ଯାତ୍ରା

0
49
୨୪ ପ୍ରହରୀ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୯/୦୩) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମହାଦେବ ମନ୍ଦିର ପ୍ରାଙ୍ଗଣ ଠାରେ ମହାଶିବରାତ୍ରି ଉପଲକ୍ଷେ ୨୪ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ନାମ ଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।‌ ଏହି ଅବସରରେ କଳସ ଯାତ୍ରା ପାଇଁ ଗ୍ରାମର ବହୁ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ବାହାରି ଏକ ଆଧ୍ୟାତ୍ମିକ ପରିବେଶରେ ଜଳ ପୂର୍ଣ୍ଣ କଳସି ଧରି ନଗର ପରିକ୍ରମା କରିଥିଲେ। । ଏହାପରେ ମହାଶିବରାତ୍ରି ପାଳନ ସହ ସକାଳୁ ଅହୋରାତ୍ର ନାମସଙ୍କୀର୍ତ୍ତନ ଆରମ୍ଭ ହେଇ ଅଛି । ଉକ୍ତ କାର୍ଯ୍ୟକ୍ରମକୁ ପୂଜା କମିଟି ସଭାପତି ନାରାୟଣ ପ୍ରସାଦ ମହାନ୍ତି, ଗଦାଧର ସାହୁ, କାହ୍ନୁ ଦଳେଇ, ତିଳୋଚନ ଦଳେଇ, ଲକ୍ଷେଶ୍ଵର ସାହୁ, ଅନିଲ ପରିଡା, ପିକୁ ଦାସଙ୍କ ସମେତ ବହୁ ଗ୍ରାମବାସୀ ମାନେ ଯୋଗଦେଇ ପରିଚାଳାନା କରିଥିଲେ ।