ଗୁମାମାହା ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

0
51
ଗୁମାମାହା

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୯/୦୩) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଗୁମାମାହା ପଞ୍ଚାୟତରେ ଶୁକ୍ରବାର ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।

ଆନନ୍ଦ ଫାଉଣ୍ଡେଶନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ରାଲିରେ ବାହାରି ପଞ୍ଚାୟତ ପରିକ୍ରମା କରିଥିଲେ । ଆୟୋଜିତ ସଭାରେ ଏହି ଦିବସ ପାଳନ ର ଉଦ୍ଧେଶ୍ୟ, ମହିଳାଙ୍କ ଅଧିକାର ଏବଂ ଦେଶର ବିକାଶ ରେ ମହିଳାଙ୍କ ଭୂମିକା ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ । ଓଡ଼ିଶା ଜୀବିକା ମିଶନ ର ରୁନି ଦିଗାଲ, ମାଧ୍ୟମ ଫାଉଣ୍ଡେଶନ ର ପ୍ରୋଗ୍ରାମ ଅଫିସର ସଞ୍ଜୀବ କୁମାର ଖଣ୍ଡଗିରି, କ୍ଷେତ୍ର କର୍ମୀ ଅଶୋକ ଦିଗାଲ, ଲବ ପ୍ରଧାନ ଯୋଗ ଦେଇଥିଲେ ।