ଢେଙ୍କାନାଳ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ

0
43
ଢେଙ୍କାନାଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୯/୩) : ଢେଙ୍କାନାଳ ଜିଲ୍ଲା ମାଧ୍ଯମିକ ସ୍କୁଲ୍ ଶିକ୍ଷକ ସଂଘ (ଓଷ୍ଟା)ର ସ୍ଥାୟୀ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ଜରୁରୀ କାଳୀନ ସାମ୍ବାଦିକ ସମ୍ମିଳନୀ ସଂଘ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ସମ୍ପାଦକ ବିଭୂତି ଭୂଷଣ ସାମଲ ଆଗାମୀ ୧୧ ଓ ୧୨ ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ମାତ୍ର ଦୁଇଜଣ ରହି ଅନ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ସଚିବାଳୟ ଆଗରେ ସଂକ‌ଳ୍ପ ସମାବେଶରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆହ୍ୱାନ କରିଥିଲେ । ରାଜ୍ୟ ଉପସଭାପତି ପ୍ରମୋଦ ସ୍ବାଇଁ ଯୋଗ୍ୟ ବିବେଚିତ ହାଇସ୍କୁଲ୍ ଯେଉଁମାନେ ତିରିଶ ବର୍ଷ ଧରି ଟଙ୍କାଟିଏ ପାଇ ନାହାଁତି ସେମାନଙ୍କୁ ତୁରନ୍ତ ଅନୁଦାନ ଓ ଅବସର ପରେ ଯେଉଁମାନେ ଟଙ୍କାଟିଏ ପାଉନାହାଁରି ସେମାନଙ୍କୁ ତୁରନ୍ତ ପେନ୍‌ସନ୍ ଫୋଲ୍ଡରେ ତୁରନ୍ତ ପ୍ରଦାନ କରିବାକୁ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଦାବି କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀରାମ ରାଉତ ସରକାରଙ୍କ ଟାଳଟୁଳ ନୀତିକୁ ବରଦାସ୍ତ କରା‌ଯିବ ନାହିଁ ବୋଲି ସରକାରଙ୍କୁ କ୍ଷୋଭର ସହିତ ମତ ପ୍ରକାଶ କରିଥିଲେ ।

ସରକାର ତୁରନ୍ତ ସମସ୍ୟା ସମାଧାନ ନକଲେ ଆଗାମୀ ଦିନରେ ଆଇନ୍ ଅମାନ୍ୟ ଆନ୍ଦୋଳନ, ଖାତା ଦେଖା ବର୍ଜନ ଓ ନିର୍ବାଚନ କାର୍ଯ୍ୟରେ ଅସହଯୋଗ ଭଳି ଅପ୍ରିତିକର ପରିସ୍ଥିତି ଉପୁଜିବ ବୋଲି ଉପଦେଷ୍ଟା ପ୍ରଶାନ୍ତ ଧଳ ସରକାରଙ୍କୁ ଚେତାବନୀ ଦେଇଥିଲେ ଓ ସରକାର ଏଥିପାଇଁ ସମ୍ପୂର୍ଣ ଦାୟୀ ରହିବେ । କାର୍ଯ୍ୟକାରୀ ସଭାପତି ପୀତାମ୍ବର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଦସ୍ୟା ତୃଷ୍ଣୀମୟୀ ସାହୁ, ଗୀତାଞ୍ଜଳି ବରାଳ, ଗଜେନ୍ଦ୍ର ନାୟକ, ଶଶିକାନ୍ତ ଦାଶ, ବିଜୟ ନାୟକଙ୍କ ସମେତ ଜିଲ୍ଲାର ଆଠଟି ବ୍ଲକ୍‌ର କର୍ମକର୍ତାଙ୍କ ସମେତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ ।