୧୫ଟି ମୋବାଇଲ ସହ ଚୋରକୁ ବାନ୍ଧିଲା ପୋଲିସ

0
36
୧୫ଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୦/୦୩) : ଚୋରି ମୋବାଇଲକୁ ବିକ୍ରି ପାଇଁ ଯାଉଥିବା ବେଳେ ଚୋରକୁ ମାଡ଼ି ବସିଲା ପୋଲିସ ।

ସହିଦ ନଗର ଲେବୁଲ କ୍ରସିଂ ପାଖରେ ମୋବାଇଲ୍ ବିକ୍ରି ପାଇଁ ଗ୍ରାହକ ଅପେକ୍ଷାରେ ଥିଲା ଚୋର । ୧୫ଟି ମୋବାଇଲ ସହ ଚୋରକୁ ବାନ୍ଧିଲା ପୋଲିସ । ଚକେଇ ସିଆଣି କବି ନାୟକ ଦୀର୍ଘଦିନ ଦିନ ହେବ ମୋବାଇଲ ଚୋରି କରୁଥିବା ବିଭିନ୍ନ ଥାନାରେ ଅଭିଯୋଗ ହେଇଥିଲା । ଆଜି ସକାଳେ ମୋବାଇଲ ବିକ୍ରି ପାଇଁ କବି ସ୍ବାଇଁ ଆସିଥିବା ବେଳେ ସହିଦ ନଗର ପୋଲିସ ତାଙ୍କୁ ଗିରଫ କରିଥିଲା । ୧୫ ଟି ଚୋରି ମୋବାଇଲ ଜବଦ ହେଇଥିବା ବେଳେ ଅନ୍ୟ ଥାନା ମାନଙ୍କରେ ଅଭିଯୁକ୍ତ ନାଁ’ରେ ଅଭିଯୋଗ ଥିବା ଜଣା ପଡ଼ିଛି । ବିଶେଷ କରି ଚୋରି ମୋବାଇଲର ସିକ୍ରେଟ୍ ଲକକୁ ଚୋର କେମିତି ଫିଟାଉଛନ୍ତି ସାଇବର ଥାନାକୁ ଜଣାଇଛି ପୋଲିସ ।