ଗାଧୋଇବା ବେଳେ ଭାସିଗଲେ କକା-ପୁତୁରା

0
38
ଗାଧୋଇବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ଼, (୧୦/୦୩) : ଭୋଡି ହେଲା କାଳ । ଭୋଜି କରିବାକୁ ଯାଇ ପାଣିରେ ଭସିଗଲେ ୩ ଯୁବକ । ଜଣେ ଯୁବଙ୍କ ସହ ଦୁଇ ନାବାଳକ ଭାସିଯାଇଥିବା ସୂଚନା ରହିଛି ।

ସୁନ୍ଦରଗଡ଼ ସଦର ଥାନା ସାମନା ଘାଟ ନିକଟରେ ଭୋଜି କରୁଥିଲେ ୩ ଜଣ । ତେବେ ଇବ ନଦୀରେ ଗାଧୋଇବା ସମୟରେ ଭାସିଯାଇଥିବା ସୂଚନା ମିଳିଛି । ସମସ୍ତେ ସୁନ୍ଦରଗଡ଼ ବ୍ରାହ୍ମଣ ପଡ଼ାର ବୋଲି ସୂଚନା ମିଳିଛି । ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କ ମୃତଦେହ ଠାବ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜୁଛନ୍ତି ଅଗ୍ନିଶମ ବାହିନୀ । ଗତକାଲି(ଶନିବାର) ବିଳମ୍ବିତ ରାତି ହେବାରୁ ଖୋଜାଖୋଜି ବନ୍ଦ ରହିଥିଲା । ଆଜି ପୁଣି ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର ହୋଇଥିବା ଦୁଇ ଜଣ କକା ପୁତୁରା ହୋଇଥିବା ସୂଚନା ମିଳିଛି ।