ପ୍ରେମିକାକୁ ହତ୍ୟା ଅଭିଯୋଗରେ ପ୍ରେମିକକୁ ଗିରଫ କଲା ପୋଲିସ୍‌

0
36
ପ୍ରେମିକାକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୦/୦୩) : ପ୍ରେମିକାକୁ ହତ୍ୟା ଅଭିଯୋଗରେ ପ୍ରେମିକକୁ ଗିରଫ କଲା ପୋଲିସ୍‌ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଲୋକନାଥପୁର ଶାସନ ଗାଁ’ରେ ଗତ ୭ତାରିଖ ରାତିରେ ଯୁବତୀଙ୍କୁ ବନ୍ଦ କୋଠରୀ ଭିତରେ ହତ୍ୟା ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଉଳପୁର ପାଟଣା ଗାଁ’ର ୨୨ବର୍ଷୀୟ ଯୁବକ ଶିବପ୍ରସାଦ ସେନାପତି । ଶିବ ପ୍ରସାଦ ଦୀର୍ଘ ଦିନ ଧରି ଲୋକନାଥପୁର ଶାସନ ଗାଁର ଯୁବତୀ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆକୁ ପ୍ରେମ କରି ଆସୁଥିଲେ । ଗତ ୭ ତାରିଖ ଦିନ ବିଳମ୍ବିତ ରାତିରେ ନିଜର ପଲସର ବାଇକ ଯୋଗେ ଲକ୍ଷ୍ମୀଙ୍କ ଘରକୁ ଯାଇଥିଲେ ଶିବ । ଲକ୍ଷ୍ମୀଙ୍କ ସହିତ ଥିଲେ ତାଙ୍କର ମାନସିକ ଅନଗ୍ରସର ଭଉଣୀ ନମିତା ।

ତେବେ ନମିତା ଛାତ ଉପରେ ଥିବା ବେଳେ ଶିବ ଘର ଭିତରକୁ ପ୍ରବେଶ କରିଥିଲେ । ସେତେବେଳେ ଲକ୍ଷ୍ମୀଙ୍କ ମାଆ ଏକ ବିବାହ କାର୍ଯ୍ୟରେ ବଣସିଂହ ଗାଁ’କୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କୁ ଲକ୍ଷ୍ମୀଙ୍କ ଓଢଣୀ ରେ ବେକକୁ ଚିପି ହତ୍ୟା କରିଥିଲେ । ଏବଂ ହତ୍ୟା ପରେ ଘର ସିଡିରେ ଯାଇ ଛାତ ବାଟେ ଫେରାର ମାରିଥିଲେ । ଯାହାକୁ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରି ଦେଇଥିଲା । ଏବଂ ଶିବରାତ୍ରୀରେ ଶିବକୁ ଗିରଫ କରିଥିଲା । ଯାହାକୁ ନେଇ ଆଜି ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁ ।