ଏମ ଜେ ସି ଜି ଦିବ୍ୟାଙ୍ଗ ଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ଓ କ୍ରୀଡା ପ୍ରତିଯୋଗିତା

0
74
ଏମ ଜେ ସି ଜି

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୧୦/୦୩) : ଏମ ଜେ ସି ଜି ଦିବ୍ୟାଙ୍ଗ ଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।

ଆଜି ତା-୦୯-୦୩-୨୦୨୪ ରିଖ ଶନିବାର ଦିବା ୧୧ ଘଣ୍ଟିକ ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ,ବଧିର, ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ସ୍ବତନ୍ତ୍ର ବିଦ୍ୟାଳୟ, ମୋହନା ,ଗଜପତି ଅନୁଷ୍ଠାନକୁ ଦକ୍ଷିଣ ଓଡିଶା ହଳଦିଆ ତୈଲିକ ବୈଶ୍ୟ ସମାଜର ସାଧାରଣ ସମ୍ପାଦକ ଓ ସମାଜସେବୀ ଶ୍ରୀ ଦଣ୍ଡାସୀ ସାହୁ ଏହି କାର୍ଯକ୍ରମ ନିମନ୍ତେ ଆସିଥିଲେ । ବିଦ୍ୟାଳୟରେ ମୁଖ ଅତିଥି ଶ୍ରୀ ନାରାୟଣ ସାହୁଙ୍କୁ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା । ସମ୍ମାନିତ ଅତିଥିଭାବେ ଶ୍ରୀ ଦିନୋଦ କୁମାର ଜେନା, ବୁରୁଝରୀ ସରପଞ୍ଚ ମହୋଦୟ ଯୋଗଦେବା ସହିତ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ ।

ଅତିଥି ମହୋଦୟ ଛାତ୍ରଛାତ୍ରୀ ମାନଙ୍କୁ ନିତ୍ଯଆବଶ୍ୟକିୟ ଜିନିଷ ସହିତ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁ ବେଷ୍ଟ୍ ଡୋନର ହିସାବରେ ଶ୍ରୀ ନାରାୟଣ ସାହୁଙ୍କୁ ମାନପତ୍ର ପ୍ରଦନକରିଥିଲେ । ସହସମ୍ପାଦକ ଜୟ ପ୍ରକାଶ ପାଇକ, ଅନୁଷ୍ଠାନର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ । ସର୍ବଶେଷରେ ବିଦ୍ୟାଳୟର ସମ୍ପାଦକ ଧନ୍ୟବାଦ୍ ଜଣାଇ ସଭା ସାଙ୍ଗ କରିଥିଲେ ।