ଶୋଇଥିବା ବେଳେ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ୨୦ ହଜାର ଟଙ୍କା ଗାଏବ

0
71
ଶୋଇଥିବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୦/୦୩) : ଭଦ୍ରକ ଜିଲ୍ଲା ଧାମନଗର ଥାନା ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ଗାଁରେ ଏକ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଘର ଲୋକେ ଶୋଇଥିବା ବେଳେ ଜଣେ କିମ୍ବା ତା’ଠାରୁ ଅଧିକ ଦୁର୍ବୃତ୍ତ ପଶି ସୁନାଅଳଙ୍କାର ସହିତ ନଗଦ ୨୦ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି । ଗାଁ’ର ପୀତାମ୍ବର ପ୍ରଧାନଙ୍କ ଘରୁ ଏହି ଚୋରି ହୋଇଛି । ଦୁର୍ବୃତ୍ତ ଝରକା ଭାଙ୍ଗି ଭିତରେ ପଶିଥିଲେ । ଯେଉଁ ବକ୍ସରେ ସୁନା ଅଳଙ୍କାର ଥିଲା, ତାକୁ ଦୁର୍ବୃତ୍ତ ନେଇ ଯାଇଥିଲେ । ସେଥିରେ ପୀତାମ୍ବର ୨୦ ହଜାର ଟଙ୍କା ମଧ୍ୟ ରଖିଥିଲେ। ଉକ୍ତ ବକ୍ସକୁ ଗାଁଠାରୁ କିଛି ଦୂରରେ ଏକ ବିଲରୁ ମିଳିଛି । ପୀତାମ୍ବର ଘଟଣା ନେଇ ଧାମନଗର ପୁଲିସ୍‌କୁ ଜଣାଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି । ଏହି ଘଟଣାରେ ଗାଁ’ର କୌଣସି ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ପୁଲିସ୍ ସବୁ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି ।