ଆଇଟିଡିଏ ପକ୍ଷରୁ ଲାଭ ସଚେତନତା ରଥ ଶୁଭାରମ୍ଭ କଲେ ଉପଜିଲ୍ଲାପାଳ

0
59
ଆଇଟିଡିଏ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୦/୩) : ବାଲିଗୁଡା ଆଇଟିଡିଏ କାର୍ଯ୍ୟାଳୟ ଠାରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ଲଘୁ ବନଜାତ ଦ୍ରବ୍ୟ କ୍ରୟ ନିମନ୍ତେ “ଲାଭ” ସଚେତନତା ରଥ ର ଶୁଭାରମ୍ଭ ହୋଇଛି l

ବାଲିଗୁଡା ଉପଜିଲ୍ଲାପାଳ ଡା ରୀନା ପ୍ରଧାନ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଜିଲ୍ଲା ବିପଣନ ଅଧିକାରୀ ଉମାକାନ୍ତ ବଳବନ୍ତରାୟ ପତାକା ଦେଖାଇ ସଚେତନତା ରଥ ର ଶୁଭାରମ୍ଭ କରିଛନ୍ତି l ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ବିଶେଷ କରି ମହିଳା ମାନଙ୍କ ଜୀବନ ଧାରଣ ମାନର ଉନ୍ନତି ନେଇ ଲଘୁଜାତ ବନଜାତ ଦ୍ରବ୍ୟ କ୍ରୟ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି l

ଜନଜାତି ସମ୍ପ୍ରଦାୟ କିପରି ଅଭାବ ବିକ୍ରୀର ଶିକାର ନ ହେବା ସହ ପ୍ରକୃତ ଧାର୍ଯ୍ୟ ମୂଲ୍ୟ ପାଇ ପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଲାଭ” ଯୋଜନା ରେ ଏପରି ପଦେକ୍ଷପ ନେଇଛନ୍ତି l ଲାଭ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ପ୍ରାଥମିକ କ୍ରୟ ସଂସ୍ଥା ରୂପେ ନିୟୋଜିତ କରାଯାଇ ଅନ ଲାଇନ ଏଲ-ପାସ ମାଧ୍ୟମରେ ଜନଜାତି ସଂଗ୍ରହକାରୀ ଙ୍କ ଠାରୁ ବନଜାତ ଦ୍ରବ୍ୟ କ୍ରୟ କରାଯିବ l ଏହି ସଚେତନତା ରଥ କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକରେ ବୁଲି ଲାଭ ଯୋଜନା ନେଇ ଜନସାଧାରଣ ଙ୍କୁ ସଚେତନ କରାଇବ l