ବିବାହ ଉତ୍ସବରୁ ଫେରୁଥିଲେ ୫ ଯୁବକ; ୩୦ ଫୁଟ୍ ତଳକୁ ଖସିଲା କାର୍‌

0
41
ବିବାହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୨/୦୩) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ବିବାହ ଉତ୍ସବରୁ ଫେରୁଥିଲେ ୫ ଯୁବକ; ୩୦ ଫୁଟ୍ ତଳକୁ ଖସିଲା କାର୍‌ । ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସି ପଡ଼ିଲା । ଏହି ଦୁର୍ଘଟଣାରେ କାର୍‌ରେ ଥିବା ୫ ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତ ଯୁବକ ସ୍ଥାନୀୟ ପଦ୍ମପୁର ଗାଁ’ର ବୋଲି ଜଣାଯାଇଛି । ସେମାନେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରୁ ଏକ ବିବାହ ଉତ୍ସବରେ ବରଯାତ୍ରୀ ଯାଇ ସେଠାରୁ ଘରକୁ ଫେରୁଥିଲେ । ମାତ୍ର ଶିଶୁପାର୍କ ନିକଟରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଗୁରୁତର ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।