ଜେକେ କାଗଜ କାଳରେ ଜାତୀୟ ସୁରକ୍ଷା ସପ୍ତାହ ସମାପନ ସମାରୋହ

0
61
ଜେକେ କାଗଜ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୩/୦୩) : ଜେକେ କାଗଜ କଳ ପରିସରରେ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ଯାହା କି ଗତ ତା ୦୪.୦୩.୨୦୨୪ ରିଖ ରେ ଉଦ୍ଘାଟିତ ହୋଇ ତା ୧୨.୦୩.୨୦୨୪ ରିଖରେ ସମାପନ ହୋଇଛି ।

ଉଦ୍ଘାଟନି ସମାରୋହରେ କାରଖାନା ଓ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ରାୟଗଡ଼ା ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ଚିତ୍ତରଞ୍ଜନ ବେଉରା ଓ ଜେକେ ପେପର ମୀଲର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ଆର. କେ. ଏମ. ରଏ ସୁରକ୍ଷା ପତାକା ଉତ୍ତୋଳନ କରିଥିଲେ । ଏହି ସୁରକ୍ଷା ସପ୍ତାହ ପାଳନ ଅବସରରେ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ କମ୍ପାନୀ କର୍ମଚାରୀ ଓ ଆଖପାଖର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏଥିସହିତ କମ୍ପାନୀ କର୍ମଚାରୀ ଓ କଲୋନୀର ମହିଳାମାନଙ୍କୁ ସୁରକ୍ଷା ସମ୍ଭନ୍ଧୀୟ ସଚେତନତା ଓ ତାଲିମ ପ୍ରଦାନ କରାଯାଇଥିଲା । ସୁରକ୍ଷା ସପ୍ତାହ ସମାପନ ସମାରୋହରେ ଜେକେ ପେପର ମୀଲର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ଆର. କେ. ଏମ. ରଏ, ଶ୍ରୀ ଜି.ଏସ . ପଟ୍ଟନାଏକ ଓ ଶ୍ରୀ ସନ୍ଦୀପ ପାଣ୍ଡେ ସମସ୍ତ କର୍ମଚାରୀବୃନ୍ଦଙ୍କୁ ଭାଷଣ ଦେଇଥିଲେ ।

ଜେକେ ପେପର ମୀଲରେ ୨୦୨୨ ଓ ୨୦୨୩ ରେ କୌଣସି ଦୁର୍ଘଟଣା ଘଟି ନଥିବାରୁ ସମସ୍ତ କର୍ମଚାରୀଙ୍କୁ ପ୍ରସଂଶା କରିଥିଲା । ଏହି ଅବସରରେ କର୍ମଚାରୀମାନଙ୍କ ଦ୍ୱାରା ଏକ ସୁନ୍ଦର ସୁରକ୍ଷା ନାଟକର ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ସୁରକ୍ଷାକୁ ପ୍ରାଥମିକତା ଦେବାପାଇଁ ସମସ୍ତଙ୍କୁ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ସତ୍ୟଜିତ ମହାନ୍ତି, ମହାପ୍ରବନ୍ଧକ (ଇ ଏଚ ଏସ) ପରିଚାଳନା କରିଥିଲେ । ସୁରକ୍ଷା ବିଭାଗ ତରଫରୁ ବରିଷ୍ଠ ପ୍ରବନ୍ଧକ ଶ୍ରୀ ରମାରଞ୍ଜନ ବିଶ୍ଵାଳ କାର୍ଯ୍ୟକ୍ରମର ସମସ୍ତ ସହଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ।