ହତ୍ୟା ମାମଲାରେ ବିଚାରଧୀନ ଦୁଇ କଏଦୀ ଜେଲ ପାଚେରୀ ଡେଇଁ ଫେରାର

0
38
ହତ୍ୟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୧୨/୦୩) : ଶନିବାର ଦିନ ଟିଟିଲାଗଡ଼ ଉପ କାରାଗାର ରେ ହତ୍ୟା ମାମଲା ରେ ଦୁଇ ବନ୍ଦୀ ଜେଲ ପାଚେରୀ ଡେଇଁ ଫେରାର ହୋଇ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଟେର ପାଇ ପାରିନି ପୋଲିସ ।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳ ର ସୁମିତ୍ ବିହାରୀ ଏକ ହତ୍ୟା ମାମଲା ରେ ୪ ବର୍ଷ ଧରି ଜେଲ ରେ ଥିବା ବେଳେ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳ ର ସୋଭାବନ ରଣା ଏକ ଶିଶୁ କୁ ବଳି ଦେବା ଓ ଜଣେ ଝିଅ କୁ ହତ୍ୟା ମାମଲା ରେ ଦୁଇ ବର୍ଷ ଧରି ଜେଲ ରେ ଥିଲେ । ଏହି ଦୁଇ ଅଭିଯୁକ୍ତ ଜେଲ ଅଧିକାରୀ ଚିତ୍ତରଞ୍ଜନ ସାହୁ ଙ୍କ ବାସ ଭବନ କାମ ସହ ଜେଲ ର କମ୍ପ୍ୟୁଟର କାମ ରେ ନିୟୋଜିତ ଥିଲେ । ଏପରିକି ଜେଲ ରୁ ମୁଖ୍ୟ ଗେଟ ରୁ ବାହାରି ଜେଲ ଅଧିକାରୀ ଙ୍କ ବାସଭବନ କୁ ଯାତାୟାତ କରୁଥିଲେ ।

ଫେରାର ହେବାରେ ଜେଲ ର କେହି କର୍ମଚାରୀ ଙ୍କ ସଂପୃକ୍ତି ରହିଛି ସେ ନେଇ ସନ୍ଦେହ ପ୍ରକାଶ ପାଇବା ସହ ତାଙ୍କୁ ବାହାରୁ କିଛି ବ୍ୟକ୍ତି ସିଡି ଯୋଗେ ଫେରାର ହେବାରେ ସହାୟତା କରିଥିବା ଜେଲ କର୍ତ୍ତ୍ୟୁପକ୍ଷ ପ୍ରକାଶ କରିଛନ୍ତି । ଏ ନେଇ ପଶ୍ଚିମାଞ୍ଚଳ ଡି ଆଇ ଜି କୁଳମଣି ବେହେରା ଜେଲ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜେଲ ୱାଡେନ୍ ଦାନି ପ୍ରଧାନଙ୍କୁ ନିଲମ୍ବିତ କରିଥିବା ପ୍ରକାଶ ପାଇଛି । ସେହିପରି ରାତି ୮ ଘଣ୍ଟା ସମୟରେ ଫେରାର ହୋଇ ଥିବା ଓ ଭୋର୍ ସକାଳ ପ୍ରାୟ ୪ ଟା ରେ ଫେରାର ହୋଇଥିବା ଜାଣିବାକୁ ପାଇଲେ ବୋଲି ଭିନ୍ନ ମତ ଦେବା, ସିସି ଟିଭି ଅଚଳ ଥିବା,ଜେଲ ପାଚେରୀ କଡ ରେ ସିଡି ପଡ଼ି ରହି ଥିବା ଭଳି ବିଭିନ୍ନ ସୂଚନା ମିଳୁ ଥିବା ନେଇ ନାନା ପ୍ରକାର ସନ୍ଦେହ ପ୍ରକାଶ ପାଉଛି । ବନ୍ଦୀ ଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗେଇବା ଓ କଡା ସୁରକ୍ଷା ରୁ ଫେରାର ଘଟଣା ନେଇ ବେଶ୍ ଚର୍ଚ୍ଚା ଜୋର ଧରି ଥିବାବେଳେ ଫେରାର କଏଦୀ ଙ୍କୁ ଗିରଫ କରିବା ରେ ପୋଲିସ କିଭଳି ସଫଳ ହେବ ଦେଖିବାକୁ ବାକି ରହିଲା ।