ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ପକ୍ଷରୁ ଅଗ୍ନି ବିପନ୍ନ ଙ୍କୁ ସହାୟତା :ଖାଦ୍ୟ ସହ ବସ୍ତ୍ର ପ୍ରଦାନ

0
53
ଜର୍ଣ୍ଣାଲିଷ୍ଟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୩/୦୩) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗ୍ରାମର ବିକ୍ରମ ବେହେରା ଓ ଦୁର୍ଯ୍ୟୋଧନ ବେହେରା ଙ୍କ ଚାରି ବଖରା ଘର ସହିତ ଗୋଟିଏ ଗୁହାଳ ଗତ ୧୧ ତାରିଖ ରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଥିବା ବେଳେ ଆଜି ସହାୟତା ର ହାତ ବଢ଼ାଇଛି ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ।

ଏହି ବିପନ୍ନରେ ପ୍ରାୟ ୨ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ବେଳେ ଖବର ପାଇ ଛତ୍ରଙ୍ଗ ରାଜସ୍ବନିରୀକ୍ଷକ ବିପନ୍ନ ପରିବାର ପାଖରେ ପହଂଚି ଦୁଇଗୋଟି ଜରିପାଲ ପ୍ରଦାନ କରିଥିଲେ । ବୁଧବାର ଦିନ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ବିପନ୍ନ ପରିବାର ଙ୍କ ପାଖକୁ ଯାଇ ପହଞ୍ଚିଥିଲେ ଓ ତାଙ୍କର ସବୁ ସୁଖ ଦୁଃଖ ପଚାରି ବୁଝିଵା ସହ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ କିଛି ଦିନ ର ଚାଉଳ, ଚୁଡା, ଚିନି, ବିସ୍କୁଟ, ଶୁଖିଲା ଖାଦ୍ୟ, ବସ୍ତ୍ର ସହିତ କିଛି ଆର୍ଥିକ ସହାୟତା ମଧ୍ୟ ପରିବାର କୁ ପ୍ରଦାନ କରିଥିଲେ ।

ପରେ ସରକାରୀ ସହାୟତା ପ୍ରଦାନ ପାଇଁ ବୌଦ୍ଧ ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଙ୍କନିକଟରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ପକ୍ଷରୁ ବିପନ୍ନ ପରିବାର ଙ୍କୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ଦାବି ରଖିଥିଲେ l ଏହି ଦାବି ପ୍ରଦାନ ସମୟରେ ଆସୋସିଏସନ ର ଉପଦେଷ୍ଟା ବିଭୁଦତ୍ତ ବୋଷ, ସମ୍ପାଦକ ଭାଗବତ ମେହେର, କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ବେହେରା, କୁମୁଦ ଚନ୍ଦ୍ର ସାହୁ, ସଦା ନନ୍ଦ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ l