୨ ବାଇକ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ

0
44
୨ ବାଇକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୪/୦୩) : ୨ ବାଇକ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି ।

ଘସିପୁରା ଥାନା ଜାତୀୟ ରାଜପଥ ୨୦ ର ଶାଳପଡା ନିକଟରେ କନକମଞ୍ଜରୀ ମହିଳାମହାବିଦ୍ୟାଳୟ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆନନ୍ଦପୁରରୁ ଯାଜପୁର ଆଡକୁ ଯାଉଥିବା ଦୁଇ ବାଇକର ଚାରି ଜଣ ଆରୋହୀ ଲୁହାପଥର ବୋଝେଇ ଟ୍ରକରେ ଧକ୍କା ହୋଇଛନ୍ତି । ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବାଇକ ଆରୋହୀଙ୍କ ପରିଚୟ ମିଳି ପାରିନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।