କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭେଟି,ବଢ଼ିଲା ମହଙ୍ଗା ଭତ୍ତା

0
65
କର୍ମଚାରୀଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୪/୦୩) : ରାଜ୍ୟ ସରକାରୀ କର୍ମଚାରୀ ପାଇଁ ଖୁସି ଖବର । ବଢ଼ିଲା ମହଙ୍ଗା ଭତ୍ତା । ସେମାନଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭେଟି,ବଢ଼ିଲା ମହଙ୍ଗା ଭତ୍ତା । ୪% ବୃଦ୍ଧି ସହିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬% ରୁ ୫୦%କୁ ବଢ଼ିଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏହା ଦ୍ୱାରା ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନ୍‌ଭୋଗୀ ଉପକୃତ ହେବେ । ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତେଙ୍କୁ ଖୁସି କରିବାରେ ଲାଗିପଡ଼ିଛନ୍ତି ନବୀନ । କେତେବଳେ ଦରମା ବୃଦ୍ଧି କରୁଛନ୍ତି ଆଉ କେତେବେଳେ ସ୍ୱାସ୍ଥ୍ୟବୀମା ରାଶି ପରିମାଣ ବୃଦ୍ଧି କରୁଛନ୍ତି । ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ।