ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର

0
43
ଦୟା ନଦୀରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୪/୦୩) : ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ଧଉଳି ଖଟୁଆପଡ଼ା ନିକଟ ଦୟା ନଦୀରୁ ଏହି କଙ୍କାଳ ଉଦ୍ଧାର ହୋଇଛି ।

ତେବେ ଏହା ପୁରୁଷ ଲୋକର କଙ୍କାଳ ନା ଜଣେ ମହିଳାଙ୍କର ତାହା ସ୍ପଷ୍ଟ ହୋଇନାହିଁ । ଆଜି ସକାଳେ ଅଖା ଭିତରେ ରଶିରେ ବନ୍ଧା ହେବା ଅବସ୍ଥାରେ କଙ୍କାଳଟି ଦୟାନଦୀ କୂଳରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି କଙ୍କାଳକୁ ଜବତ କରିଛି। ତେବେ କଙ୍କାଳଟି କେଉଁଠୁ ଓ କିଭଳି ଆସିଲା ତାହା ଜଣାପଡ଼ିନାହିଁ । ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟାକାଣ୍ଡ ଜନିତ ଘଟଣା କିମ୍ବା ନଦୀରେ ବୁଡ଼ି ମୃତ୍ୟୁ ହୋଇଥିବା କୌଣସି ବ୍ୟକ୍ତିଙ୍କ କଙ୍କାଳ ହୋଇଥାଇ ପାରେ ବୋଲି ସନ୍ଦେହ କରୁଛି ପୁଲିସ ।