ମୋବାଇଲ୍‌ ପାଇଁ ପଥରରେ ଛେଚି ହତ୍ୟା

0
34
ମୋବାଇଲ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୪/୦୩) : ମୋବାଇଲ୍ ପାଇଁ ହତ୍ୟା। ଜଣେ କବାଡ଼ିବାଲାଙ୍କ ମୋବାଇଲ୍‌ ଲୁଟ୍ ପାଇଁ ବିଭତ୍ସ ହତ୍ୟା। ଏଭଳି ଅଭାବନିୟ ଘଟଣା ଘଟିଛି ସମ୍ବଲପୁ ଜିଲ୍ଲାର ରେଙ୍ଗାଲି ଅଞ୍ଚଳରେ ।

ମୋବାଇଲ୍‌ ପାଇଁ ପଥରରେ ଛେଚି ହତ୍ୟା । ପୁଲିସର ସୂଚନା ଅନୁସାରେ ୭ ତାରିଖ ଦିନ ରେଙ୍ଗାଲି ଅଞ୍ଚଳର ଜଣେ କବାଡ଼ି ବାଲା ନିଖୋଜ ହୋଇ ଯାଇଥିଲେ । ତାଙ୍କ ନାମ ମହମ୍ମଦ ଫିରୋଜ, ଘର ଉତ୍ତର ପ୍ରଦେଶ ରେ । ସେ ରେଙ୍ଗାଲି ଅଞ୍ଚଳ ରେ କବାଡ଼ି କାମ କରୁଥିଲେ । ଫିରୋଜଙ୍କ ସମ୍ପର୍କୀୟ ବହୁ ଖୋଜା ଖୋଜା କରିବା ପରେ ତାଙ୍କ ପତା ନମିଳିବାରୁ ଶାସନ ଥାନା ରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ ସମ୍ପର୍କୀୟ । ଅଭିଯୋଗ ପରେ ପୁଲିସର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ମୋବାଇଲର CDR ତଥ୍ୟ ରୁ ଶେଷଥର ପାଇଁ ଯେଉଁ ନମ୍ବର ସହ କଥାବାର୍ତ୍ତା ହୋଇଥିଲେ । ସେହି ନମ୍ବରକୁ ଟ୍ରାକ କରିବାରୁ ଜଣା ପଡ଼ିଥିଲା ଅଭିଯୁକ୍ତ ମାନଙ୍କ ସମ୍ପର୍କରେ । ପୁଲିସ ଅଭିଯୁକ୍ତର ଫୋନ ଟ୍ରାକ କରି ଧରିବା ପରେ, ଅଭିଯୁକ୍ତ ପୁଲିସ ଆଗରେ ସବୁ ସତ ମାନିଥିଲା । ତେବେ ମୋବାଇଲ ଲୁଟ କରିବା ପାଇଁ ସେମାନେ କିପରି ହତ୍ୟାର ଷଡ଼ଯନ୍ତ୍ର ରଚନା କରି ମୋବାଇଲକୁ ନେଇ ଯାଇଥିଲେ ସେ ସମ୍ପର୍କରେ ସବୁ ଜଣା ପଡ଼ିଥିଲା ।

୭ ତାରିଖ ଦିନ ମହମ୍ମଦ ଫିରୋଜଙ୍କୁ କିଛି ଯୁବକ କବାଡ଼ି ସାମଗ୍ରୀ ଥିବା ନେଇ ଫୋନରେ ଜଣାଇଥିଲେ । ତାଙ୍କୁ କତରବଗାଥାନା ଅଞ୍ଚଳର ଏକ ଜଙ୍ଗଲ ପାଖକୁ ଡାକିଥିଲେ । ପୂର୍ବ ଯୋଜନା ମୁତାବକ ଦୁଇ ଅଭିଯୁକ୍ତ ଫିରୋଜଙ୍କୁ ବାଡ଼ିରେ ପ୍ରବଳ ପିଟିଥିଲେ। ସେଠୁ ଦୌଡ଼ି ଯିବାକୁ ଚେଷ୍ଟା କରିବା ବେଳେ ଏକ ଗାତରେ ଖସି ପଡ଼ିଥିଲେ ଫିରୋଜ । ଅଭିଯୁକ୍ତ ମାନେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବାପରେ ପୋତି ଦେଇଥିଲେ । ଫିରୋଜଙ୍କ ମୋବାଇଲ୍ ନେଇ ଚମ୍ପଟ ମାରିଥିଲେ ଅଭିଯୁକ୍ତ ମାନେ । ପୁଲିସ୍ ଫିରୋଜଙ୍କ କଲ୍ ଡିଟେଲ ରେକର୍ଡ-CDR ଯାଞ୍ଚ ପରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପରେ ପୁରା ମାମଲା ସାମ୍ନାକୁ ଆସିଛି । ପୁଲିସ୍ ମୃତଦେହକୁ ଉଦ୍ଧାରକରିବା ସହ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ।