ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସ୍ବର୍ଗତ ବିନୟ ପ୍ରଧାନଙ୍କ ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ

0
47
ସୁବର୍ଣ୍ଣପୁର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୦୩): ସୁବର୍ଣ୍ଣପୁର ର ବରିଷ୍ଠ ସାମ୍ବାଦିକ ବିନୟ ରଞ୍ଜନ ପ୍ରଧାନଙ୍କ ଗଙ୍ଗାଶ୍ରାଦ୍ଧ ଭଗବତୀ କଲ୍ୟାଣ ମଣ୍ଡପରେ ସୂଚାରୁରୂପେ ଅନୁଷ୍ଠିତ ହୋଇଯାଇଛି ।

ଗଙ୍ଗା ଶ୍ରାଦ୍ଧ ଅନୁଷ୍ଠାନ ସକାଶେ ତାଙ୍କ ଏକମାତ୍ର ପାଳିତା କନ୍ୟା ଚଞ୍ଚଳା ଓ ନାତୁଣୀ ହରପ୍ରିୟାକୁ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଦଶ ହଜାର ଟଙ୍କା ର ସାହାର୍ଯ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗୋରେଖନାଥ ସାହୁଙ୍କ ସହ ସଂପାଦକ ବ୍ୟୋମକେଶ ଦାଶ ଏବଂ ବରିଷ୍ଠ ସାମ୍ବାଦିକ ଇନ୍ଦ୍ରମଣି ଦାଶ ଓ ବ୍ରଜମୋହନ ଦାନୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ସ୍ବର୍ଗତ ବିନୟ ରଂଜନ ପ୍ରଧାନଙ୍କ ପତ୍ନୀ ବିୟୋଗ ବହୁ ଆଗରୁ ହୋଇ ସାରିଥିଲା ମାତ୍ର ବେଡି ଉପରେ କୋରଡା ପରି ତାଙ୍କ ପାଳିତା କନ୍ୟାର ସ୍ବାମୀଙ୍କର ମଧ୍ୟ ଅକାଳ ଆକସ୍କିକ ବିଦ୍ୟୁତ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିଲା । ଶ୍ବଶୂର ଘର ନିର୍ଯ୍ୟାତନା ଯୋଗୁ ଚଞ୍ଚଳା ନିଜ ବାପ ଘରେ ରହିବାକୁ ଅଧିକ ସୁରକ୍ଷିତ ମଣିଥିଲେ ।

ଶେଷରେ ନାତୁଣୀକୁ ନିଜ ଅକ୍ତିଆରକୁ ଆଣିବାକୁ ଚଞ୍ଚଳାର ଶ୍ବଶୂର ସୁବର୍ଣ୍ଣପୁର ଅଦାଲତରେ ମୋକଦ୍ଦମା କରିଥିଲେ । ମାତ୍ର ମା ଚଞ୍ଚଳା ନିକଟରେ ଝିଅ ହରପ୍ରିୟା ଅଧିକ ସୁରକ୍ଷିତ ବୋଲି ଅଦାଲତ ରାୟ ଦେଇଥିଲେ । ମା ଓ ଝିଅଙ୍କ ତରଫରୁ ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ତଥା ଏଡଭୋକେଟ ବ୍ୟୋମକେଶ ଦାଶ ମୋକଦ୍ଦମା ଲଢି ବିଧବା ମା ଓ ଝିଅକୁ ନ୍ୟାୟ ଦେବାରେ ସାହାର୍ଯ୍ୟ କରିଥିଲେ । ଏବେ ହରିପ୍ରିୟାର ଉଚ୍ଚଶିକ୍ଷା ଓ ଆତ୍ମନିର୍ଭରତା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଯଥାସାଧ୍ୟ ଉଦ୍ୟମ କରାଯିବ ବୋଲି ନିର୍ଭର ପ୍ରତିଶ୍ରୃତି ଦିଆଯାଇଛି ।