ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କ୍ୟାମ୍ପସ ର ଉଦଘାଟନ

0
61
ସୁବର୍ଣ୍ଣପୁର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୧/୦୨) : ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କ୍ୟାମ୍ପସ କୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ କାଶ୍ମୀରରୁ ଆଭାସୀ ଜରିଆରେ ଉଦଘାଟନ କରିଛନ୍ତି ।WhatsApp Image 2024 02 20 at 23.16.57 1 ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କ୍ୟାମ୍ପସ ର ଉଦଘାଟନ

ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମିଶ୍ର ଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟନୀ ସମାରୋହରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାଶ ପ୍ରମୁଖ ଯୋଗଦାନ କରିଥିଲେ । ଉଦଘାଟନ ଉତ୍ସବ ପୂର୍ବରୁ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ବଳିତ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଡି ହୋଇ ବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ଆଜକୁ ଦୀର୍ଘ ଦଶନ୍ଧିରୁ ଅଧିକ ହେଲା ବିଦ୍ୟାଳୟ ଜିଲ୍ଲା ପ୍ରଶାସନ ଯୋଗାଇ ଦେଇଥିବା ଏକ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଥିଲା । ତେବେ ନୂତନ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରାଯିବା ପରେ ଆଜି ତାର ଶୁଭ ଉଦଘାଟନ କରାଯାଇଛି । ଏହି ନୂତନ କ୍ୟାମ୍ପସ ଯୋଗୁଁ ଛାତ୍ରଛାତ୍ରୀ ମହଲରେ ବେଶ ଉତ୍ସାହ ଦେଖା ଦେଇଛି।ତେବେ ପ୍ରାୟ ୯୦ ପ୍ରତିଶତ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ କରାଯାଇଥିବା ବେଳେ ବିଦ୍ୟାଳୟର ଖେଳ ପଡ଼ିଆର ଉନ୍ନତି କରଣ, ପ୍ରାଥମିକ ଶିକ୍ଷାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ବଗିଚା, ସମ୍ମିଳନୀ କକ୍ଷ, ଖେଳ ପଡିଆ ଆଦିର ବିକାଶ କରିବା ପାଇଁ ଅଭିଭାବକ ମାନେ ସାଂସଦଙ୍କ ପାଖରେ ଦାବି ରଖିଥିଲେ । ସାଂସଦ ବିଦ୍ୟାଳୟ ପରିଦର୍ଶନ କରି ଅଭିଭାବକଙ୍କ ଦାବିକୁ ପୁରଣ କରାଯିବ ବୋଲି କହିଛନ୍ତି l