ସର୍ବ ପୁରାତନ କଳାକାରଙ୍କ ଦ୍ୱାରା ଗଠିତ ସଂକୀର୍ତ୍ତନ ମଣ୍ଡଳୀ, SDC ଦ୍ୱାରା ପ୍ରଦତ୍ତ ପାରମ୍ପରିକ ବାଦ୍ୟଯନ୍ତ୍ରରୁ ବଞ୍ଚିିତ

0
100
ସର୍ବ ପୁରାତନ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୮/୩) : ବୋରିଗୁମ୍ମା ପଞ୍ଚାୟତ ସମିତି ସଭା ଗୃହରେ ଜନଜାତି ସମାଜ ଦ୍ୱାରା ପରିଚାଳିତ ସଂକୀର୍ତ୍ତନ ମଣ୍ଡଳୀ ଗୁଡ଼ିକୁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଦ୍ଵାରା ଶନିବାର ପାରମ୍ପରିକ ବାଦ୍ୟଯନ୍ତ୍ର ପ୍ରଦାନ କରାଯାଇଛି ।WhatsApp Image 2024 03 18 at 10.56.02 ସର୍ବ ପୁରାତନ କଳାକାରଙ୍କ ଦ୍ୱାରା ଗଠିତ ସଂକୀର୍ତ୍ତନ ମଣ୍ଡଳୀ, SDC ଦ୍ୱାରା ପ୍ରଦତ୍ତ ପାରମ୍ପରିକ ବାଦ୍ୟଯନ୍ତ୍ରରୁ ବଞ୍ଚିିତ

ସର୍ବ ପୁରାତନ କଳାକାରଙ୍କ ଦ୍ୱାରା ଗଠିତ ସଂକୀର୍ତ୍ତନ ମଣ୍ଡଳୀ, SDC ଦ୍ୱାରା ପ୍ରଦତ୍ତ ପାରମ୍ପରିକ ବାଦ୍ୟଯନ୍ତ୍ରରୁ ବଞ୍ଚିିତ । ସମୁଦାୟ ୫୦ ଟି ସଂକୀର୍ତ୍ତନ ମଣ୍ଡଳୀକୁ ଏପରି ବାଦ୍ୟଯନ୍ତ୍ର ପ୍ରଦାନ କରା ଯାଇଥିବା ବେଳେ ଆଉ ୧୨ ଟି ସଂକୀର୍ତ୍ତନ ମଣ୍ଡଳୀକୁ ପ୍ରଦାନ କରାଯିବ ବୋଲି ସୂଚ଼ନା ମିଳିଛି । କିନ୍ତୁ ଆବେଦନ କରିଥିବା ସତ୍ତ୍ଵେ ଜୟପୁର ନିର୍ବାଚନ ମଣ୍ଡଳୀର ପୋଡ଼ାପଦର ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀର ନାମ ତାଲିକାରେ ନ ଥିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ,ବିଗତ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ଆରମ୍ଭ କରି ପୋଡ଼ାପଦର ଗ୍ରାମ କଳା ଓ ସଂସ୍କୃତିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅଗ୍ରଣୀ ଭୂମିକା ନେଇ ଆସିଛି ।

ଏହି ଗ୍ରାମର ସଂକୀର୍ତ୍ତିନ ଗୁରୁ ମାନେ ନାରିଗାଁ,ନନ୍ଦର୍ଲା,ସେମେଳାଗୁଡ଼ା, ନକୁଳ ଗୁଡ଼ା,ଘଟର୍ଲା ସମେତ ବହୁ ଦୁର ଦୁରାନ୍ତ ଗ୍ରାମକୁ ଯାଇ ଉଚ୍ଚ କୋଟୀର ସଂକୀର୍ତ୍ତନ ଶିକ୍ଷା ପ୍ରଦାନ କରି ଗ୍ରାମ ତଥା ଅଞ୍ଚଳ ପାଇଁ ସୁନାମ ତଥା ଗୌରବ ଆଣି ପାରିଛନ୍ତି ।ବର୍ତ୍ତମାନ କୁନି କୁନି ଆଦିବାସୀ ଝିଅଙ୍କ ସହ ଆବାଳ ବୃଦ୍ଧ ବନିତା ସଂକୀର୍ତ୍ତନ ମଣ୍ଡଳୀ ନିର୍ମାଣ କରି ପ୍ରଚାର ଓ ପ୍ରସାର କରି ଆସୁଛନ୍ତିି ।ଦୁର ଦୁରାନ୍ତରେ ଅଷ୍ଟପ୍ରହରୀ ନାମଯଜ୍ଞ , ମନ୍ଦିର ପ୍ରତିଷ୍ଠା ଉତ୍ସବ ଇତ୍ୟାଦିରେ ଯୋଗଦାନ କରି ଉଚ୍ଚ ପ୍ରଶଂସିତ ହୋଇ ଆସୁଛନ୍ତି ।

ପ୍ରକାଶ ଥାଉ କି, ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ କଳା ଓ ସଂସ୍କୃତିର ଧାରା ଯଥା ମୁକ୍ତାକାଶ ରଙ୍ଗମଞ୍ଚ ନାଟକ, ଅପେରା, ଡ୍ରାମା , ନାଟ, ଗୀତିନାଟ୍ୟ ଇତ୍ୟାଦି ପରିବେଷଣ କ୍ଷେତ୍ରରେ ସୁପ୍ରସିଦ୍ଧ ଏହି ଗ୍ରାମର ପ୍ରବୀଣ କଳାକାର ମାନେ ଏକଦା ଜୟପୁର ଆକାଶବାଣୀ କେନ୍ଦ୍ରରେ ଭୋକାଲ ଅଡିସନରେ ବିଚାରପତି ଦାୟିତ୍ୱ ନିର୍ବାହ, ୨୦ରୁ ଉର୍ଦ୍ଧ୍ଵ ପୋଡ଼ାପଦର ଗ୍ରାମର ନାଟଗୁରୁଙ୍କ ଦ୍ୱାରା ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ନାଟ୍ୟ ଶିକ୍ଷାଦାନ, ସଂକୀର୍ତ୍ତନ ମଣ୍ଡଳୀ ଗଠନ, ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରତି ବର୍ଷ ଆୟୋଜିତ “ପରବ” କାର୍ଯ୍ୟକ୍ରମରେ ଓଡ଼ିଶୀ ସମେତ ଏକାଧିକ ପ୍ରତିଯୋଗିତାରେ ବିଚାରପତି ଦାୟିତ୍ବ ନିର୍ବାହ ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା ପୂର୍ବକ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ କଳା ,ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ଅଦ୍ଯାବଧି ଦିଗଦର୍ଶନ ଦେଇ ଆସିଛନ୍ତି ।ଏହି ଗ୍ରାମର ପ୍ରାୟ ୨୦ରୁ ଉର୍ଦ୍ଧ୍ଵ ଦେଶିଆ ନାଟ ଗୁରୁ, ପାରମ୍ପରିକ ବାଦ୍ୟ ଗୁରୁ ଓ କଳାକାର ମାନେ ବର୍ତ୍ତମାନ ଉଭୟ ଓଡ଼ିଶା ସରକାର ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା କଳାକାର ଭତ୍ତା ଯୋଜନାରେ ସାମିଲ ହୋଇ ସାରିଛନ୍ତି ।

ଏତେ ସବୁ ବିଶେଷତ୍ଵ ଧାରଣ କରିଥିବା ଗ୍ରାମ ପ୍ରତି ପ୍ରଶାସନର ଦୃଷ୍ଟି ନ ପଡ଼ିବା ବର୍ତ୍ତମାନ ସାଧାରଣରେ ବିସ୍ମୟ ସୃଷ୍ଟି କରିବା ସହ ପ୍ରଶାସନ ତଥା SDC ର କାର୍ଯ୍ୟ ଶୈଳୀ ପ୍ରତି ଭ୍ରୂକୁଞ୍ଚନ ସୃଷ୍ଟି କରିଛି ।ତେବେ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯିବା ପରେ କୋଟପାଡ଼ ପୂର୍ବତନ ବିଧାୟକ ତଥା SDC ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି ଦିନେ ଦୁଇଦିନ ମଧ୍ୟରେ ପୋଡ଼ାପଦର ଗ୍ରାମର ଜନଜାତି ଦ୍ୱାରା ପରିଚାଳିତ ସଂକୀର୍ତ୍ତିନ ମଣ୍ଡଳୀକୁ ପାରମ୍ପରିକ ବାଦ୍ୟଯନ୍ତ୍ର ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।