ହାଇୱା ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

0
41
ହାଇୱା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୮/୦୩) : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା, ଏନ୍ ଏଚ୍ ୫୨୦ ଆଙ୍ଗୁଳିଆ ନିକଟରେ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଲେ ସୁନ୍ଦରଗଡ଼ ଜିଲ୍ଲା, କୋଇଡ଼ା କାଦଡିହ ଅଞ୍ଚଳର ରୋହିତ ସିଂ। ଦୁର୍ଘଟଣା ଘଟାଇଥିବା ଗାଡ଼ିର ଡ୍ରାଇଭରକୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ । ସୂଚନା ପାଇ ଚମ୍ପୁଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ହାଇୱା ଡ୍ରାଇଭରକୁ ମୁକୁଳାଇ ରିମୁଳି ଫାଣ୍ଡିକୁ ନେଇଛି । ରାଜପଥରେ ବେପରୁଆ ଓ ଦ୍ରୁତ ଗତି ଗାଡ଼ି ଚାଳନା ଯୋଗୁଁ ଆଙ୍ଗୁଳିଆ ନିକଟରେ ବାରମ୍ବାର ଏହିପରି ସଡ଼କ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ହାନୀ ଘଟୁଛି । ଆଜି ପୁଣି ଜଣଙ୍କ ଜୀବନ ଯାଇଛି । ଯାହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ରାଜପଥକୁ ଅବରୋଧ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ମୋଟର ଅଟକି ରହିଛି । ଚମ୍ପୁଆ ପୋଲିସ ଲୋକଙ୍କୁ ବୁଝାଶୁଝା କରୁଛି ।