କଣ୍ଟାବାଞ୍ଜି ରେ ଗୋରୁ ବୋଝେଇ ପିକଅପ ଭ୍ୟାନ ଅଟକ

0
29
କଣ୍ଟାବାଞ୍ଜି

ରିପୋର୍ଟ :ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୮/୦୩) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି- ତୁରେକେଲା ରାସ୍ତାରେ ଥିବା ଅଗ୍ନିଶମ କାର୍ଯ୍ୟାଳୟ ପାଖରେ ଏକ ଗୋରୁ ଚାଲାଣ ପିକଅପ ଭ୍ୟାନ ଅଟକ କରାଯାଇଛି ।

ଗୋ-ସେବା ସଂଗଠନ ଏବଂ ରାମ ସେନା କଣ୍ଟାବାଞ୍ଜି ପକ୍ଷରୁ ଏକ ପିକଅପ ଭ୍ୟାନକୁ ଗୋ ଚାଲାଣ ହେଉଥିବା ସନ୍ଦେହ କରି ଗାଡିକୁ ଅଟକାଇ ଥିଲେ l ପରେ କଣ୍ଟାବାଞ୍ଜି ପୋଲିସକୁ ଖବର ଦେଇ ଜିମା ଦେଇଥିବା ଜଣାପଡିଛି । ତେବେ କଣ୍ଟାବାଞ୍ଜି ପୋଲିସ ପିକଅପ ଚାଳକ ସମେତ ଆଉ ଦୁଇ ଜଣକୁ ଅଟକ ରଖି ପଚରାଉଚରା କରିଛି ।

ଏହି ଗାଡ଼ିରେ ଗାଈମାନଙ୍କୁ ପ୍ରାଣୀ ଉତ୍ପୀଡନ ଅଧିନିୟମକୁ ଉଲ୍ଲଂଘନ କରି ଚାଲାଣ କରାଯାଉଥିବା ସନ୍ଦେହ କରି ଅଟକ ରଖାଯାଇଥିଲା । ଏହି ରାସ୍ତା ଦେଇ ଅନେକ ସମୟରେ ବେଆଇନ ଭାବରେ ଗୋଚାଲାଣ କରାଯାଉଛି । ସବୁ ଜାଣିଶୁଣି ଚୁପ୍ ରହିଛି ପ୍ରଶାସନ। ଗୋଚାଲାଣକୁ ପ୍ରଶାସନ ନ ରୋକିଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ରାମ ସେନା ପକ୍ଷରୁ ଚେତାବନୀ ଦେଇଛନ୍ତି ।