ପାନୀୟ ଜଳ ଯୋଗାଣ ମିଳୁ ନଥିବାରୁ ଲୋକଙ୍କ ମାଠିଆ, ବାଲଟି ଧରି ରାସ୍ତା ଉପରେ ଲୋକଙ୍କ ଧାରଣା

0
35
ପାନୀୟ ଜଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୯/୦୩) : ପାନୀୟ ଜଳ ଯୋଗାଣ ମିଳୁ ନଥିବାରୁ ଲୋକଙ୍କ ମାଠିଆ, ବାଲଟି ଧରି ରାସ୍ତା ଉପରେ ଲୋକଙ୍କ ଧାରଣା ।

ଭୂତସରସିଙ୍ଗି ପଞ୍ଚାୟତର ଦାସିଆମାରି ପଲ୍ଲିରେ ଲୋକଙ୍କୁ ପାଣି ଟୋପାଏ ମିଳିପାରୁନ ଥିବାର ଅଭିଯୋଗ କରି ଆଜି ମହିଳାମାନେ ହାଣ୍ଡି ମାଠିଆ ଧରି ଆଜି କବିସୂର୍ଯ୍ୟନଗର ପୁରୁଷୋତ୍ତମପୁରମୁଖ୍ୟ ରାସ୍ତାକୁ ଅବରୋଧ କରି ଧାରଣାରେ ବସି ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ ଯୋଗୁ ଦୀର୍ଘ ୩ ଘଣ୍ଟା କାଳ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି ପରୀକ୍ଷା କେନ୍ଦ୍ରକୁ ଯିବାରେ ବିଭିନ୍ନ ସ୍କୁଲ କଲେଜ ଛାତ୍ରୀଛାତ୍ର ଓ ବିଭିନ୍ନ କାର୍ଯ୍ୟରେ ଯାଉଥିବା ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ ଆନ୍ଦୋଳନ କାରୀମାନେ ଅଭିଯୋଗ କରିଛନ୍ତି, ଯେ ଦୁଇମାସ ହେଲା ପାନୀୟ ଜଳ ମିଳୁ ନ ଥିବାରୁ ପୋଖରୀ ପାଣି ବ୍ୟବହାର କରୁଛନ୍ତି ।

ଅଭିଯୋଗ କଲେ କେହି ଗୁରୁତ୍ୱ ଦେଉନାହାନ୍ତି । ଏହାର ଖବରପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଯାଇ ମହିଳା ମାନଙ୍କୁ ବୁଝାଶୁଝା କରିବା ସହ ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଓସରପଞ୍ଚ ବିଡିଓଙ୍କୁ ଘଟଣାସ୍ଥଳକୁ ଡକାଇ ଆଲୋଚନା କରି ତୁରନ୍ତ ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ଦେବା ସହ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇବା ପରେ ଆନ୍ଦୋଳନ ହଟିଥିଲା ।