ସିସିଟିଭି ରେ କଏଦ ହେଲା ଲୁଟେରାଙ୍କ କାରନାମା

0
127
ସିସିଟିଭି

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୩/୩) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବୋରିଗୁମ୍ମା ଥାନା ଅନ୍ତର୍ଗତ ପୁରୁଣା ବୋରିଗୁମ୍ମା ନିକଟରେ ଥିବା ଏକ କାଜୁ ମିଲରୁ ୯୦ ହଜାର ଟଙ୍କା ଲୁଟ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ୨୧ ତାରିଖ ବିଳମ୍ବିତ ରାତିରେ ଲକ୍ଷ୍ମୀ ଗୁରୁନ୍ଧା କାଜୁ ମିଲରେ ଦୁଇ ଜଣ ଦୁର୍ବୃତ୍ତ ଝରକା ରେଲିଂ କାଟି ମିଲ ଭିତରେ ପଶି ଆଲମୀରା ଭାଙ୍ଗି ୯୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରି ଚମ୍ପଟ ମାରିଛନ୍ତି । ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭି ର ଡିସପ୍ଲେକୁ ନେଇ ଯାଇଛନ୍ତି ,କିନ୍ତୁ ଦୁର୍ବୃତ୍ତଙ୍କ ଅଜାଣତରେ ସମସ୍ତ ଫୁଟେଜ଼ ହାର୍ଡ ଡିସ୍କ ରେ ଗଚ୍ଛିତ ହୋଇ ରହିଛି । ସକାଳୁ ମିଲ ମାଲିକ ଦେଖିବା ବେଳେ ଝରକା ତଡା ଯାଇଛି ଏବଂ ଆଲମୀରା ଭଙ୍ଗା ଯାଇଛି,ତେଣୁ ସେ ସଙ୍ଗେ ସଙ୍ଗେ ବୋରିଗୁମ୍ମା ପୋଲିସ କୁ ତତ୍ କ୍ଷଣାତ୍ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

ବୋରିଗୁମ୍ମା ରେ ଦିନକୁ ଦିନ ଚୋରି,ଡକାୟତି ବଢ଼ିବାରେ ଲାଗିଛି, ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୁତ୍ତ ଚୋରି କରିବାରେ ବେସ ସକ୍ରିୟ ହୋଇଛନ୍ତି । ପଡୋଶୀ ଜିଲ୍ଲାର ଚୋର ଙ୍କ ପାଇଁ ବୋରିଗୁମ୍ମା ଏବେ ଭୂସ୍ବର୍ଗ ପାଲଟିଛି।ଏନେଇ କାଜୁ ମିଲ ମାଲିକ ଥାନାରେ ଏକ ଏତଲା ପ୍ରଦାନ କରିଛନ୍ତି, ଯାହାକୁ ଭିତ୍ତି କରି ଥାନା ଆଇ.ଆଇ.ସି. ଯୁଗଳ କିଶୋର ସା ଙ୍କ ପୋଲିସ ଟିମ କାଜୁ ମିଲ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥବା ଜଣା ପଡିଛି ।