ମୁଖ୍ୟମନ୍ତ୍ରୀଙ୍କ ହୁଡିଙ୍ଗରେ କାଳୀ ବୋଲି କହିଲେ ଏହା ଟ୍ରେଲର : ନରସିଂହ ସିଂ

0
244

d0106ba5 5c4a 405d b239 132384813522 ମୁଖ୍ୟମନ୍ତ୍ରୀଙ୍କ ହୁଡିଙ୍ଗରେ କାଳୀ ବୋଲି କହିଲେ ଏହା ଟ୍ରେଲର : ନରସିଂହ ସିଂରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୨୧-୦୯) : ଟିଟିଲାଗଡ଼ଠାରେ ବଲାଙ୍ଗୀର ଜିଲାସ୍ତରୀୟ ବିଜୁ ସ୍ୱାସ୍ଥ୍ୟ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ ତଥା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ତେବେ ଟିଟିଲାଗଡ଼ ପୌରାଞ୍ଚଳରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଛି । ସାତ ଆଠ ଦିନରେ ଥରେ ମାସକୁ ମାତ୍ର ଦୁଇ,ତିନି ଥର ଜନ ସ୍ୱାସ୍ଥ୍ୟ ବିଭାଗ ଜଳ ଯୋଗାଣ କରୁଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ହୁଡିଙ୍ଗରେ କାଳୀ ବୋଳିଲେ ସ୍ଥାନୀୟ ପଡାବାସୀ |

ଏହାକୁ ନେଇ ମଙ୍ଗଳବାର ସ୍ଥାନୀୟ ଝାଙ୍କରପଡା, ଦେବନ୍ଧ ପଡାବାସୀ ନବୀନଙ୍କ ଫଟୋ ସହ ଜଳ ଜୀବନ ମିଶନ ହୋର୍ଡିଙ୍ଗ ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ହୁଡିଙ୍ଗରେ କାଳି ବୋଳିଥିଲେ । ବିଜେପି ରାଜ୍ୟ ଯୁବ ମୋର୍ଚା ସଦସ୍ୟ ନରସିଂହ ସିଂ, ଜିଲା ଯୁବ ସମ୍ପାଦକ ପବିତ୍ର ସାହୁ ତଥା ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ । ଜିଲ୍ଲା ମାନ୍ୟତା ଦୂରର କଥା ସ୍ୱାସ୍ଥ୍ୟ ସେବା, ସ୍ଥାୟୀ ବସଷ୍ଟାଣ୍ଡ,ସ୍ଥାନୀୟ ହାଟପଦା ପଡ଼ା ରେଳ ଅଣ୍ଡରବ୍ରିଜ ନିର୍ମାଣ ପରି କେବଳ ଭାଷଣ ରେ ରାଜନିତୀ କରି ମନ୍ତ୍ରୀ ଓ ସ୍ଥାନୀୟ ବିଧାୟିକା ବିଶ୍ଵାସ ଘାତକତା କରିଥିବା ନେଇ ବରଦାସ୍ତ କରାଜୀବନି ଓ ହୁଡିଙ୍ଗ ରେ କଳା ବୋଳିବା କେବଳ ଟ୍ରେଲର ବୋଲି କହିଛନ୍ତି ଶ୍ରୀ ସିଂ ।

ମୁଖ୍ୟମନ୍ତ୍ରୀ ଙ୍କୁ ପୂର୍ବରୁ ହୋଇଥିବା ଚପଲମାଡ଼ ଘଟଣା ପରି ପୁନରାବୃତ୍ତି କରାଯିବ ବୋଲି ଚେତାବନୀ ଦେଇଛନ୍ତି ନରସିଂହ ସିଂ । ଏ ସବୁ ନେଇ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି । ବିଜେପି ଦଳ ର କିଛି ସଦସ୍ୟ ତଥା ରାଜ୍ୟ ଯୁବ ମୋର୍ଚ୍ଚା ସଦସ୍ୟ ଶ୍ରୀ ସିଙ୍ଗ ଙ୍କୁ ଟିଟିଲାଗଡ଼ ଥାନାରେ ଅଟକ ରଖାଯାଇଛି ।