ରାଜ୍ୟ ଖଦିବୋର୍ଡ ନିଗମର ସଦସ୍ୟ ପୃଥ୍ୱୀରାଜ ସାହୁଙ୍କ ମାତୃ ବିୟୋଗ

0
232

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୨୨/୯) : ରାଜ୍ୟ ବିଜୁ ଜନତା ଦଳର ଯୁଗ୍ମ ସଂପାଦକ ଆଇନଜୀବୀ ତଥା ରାଜ୍ୟ ଖଦିବୋର୍ଡ ନିଗମର ସଦସ୍ୟ ପୃଥ୍ୱୀରାଜ ସାହୁଙ୍କ ମାତୃ ବିଦ୍ୟୁତଳତା ସାହୁଙ୍କର (୬୮) ବର୍ଷ ବୟସରେ ଆଜି ସନ୍ଧ୍ୟାରେ ବିୟୋଗ ଘଟିଛି ।

ରାଜ୍ୟ ଖଦିବୋର୍ଡ ନିଗମର ସଦସ୍ୟଙ୍କ ମା’ କିଛିଦିନ ହେଲା ଭୁବନେଶ୍ବର ସମ୍ ହସ୍ପିଟାଲ ରେ ଭେଣ୍ଟିଲେଟର ରେ ରହି ଚିକିତ୍ସିତ ହେଉଥିଲେ । ଆଜି ସନ୍ଧ୍ୟାରେ ସେ ଚିକିତ୍ସାଧିନ ଅବସ୍ଥାରେ ଆର ପାରିକୁ ଚାଲି ଯାଇଥିଲେ । ଶ୍ରୀମତି ସାହୁଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ସୁଧୀର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ରାୟଗଡା ଜିଲ୍ଲାର ବିଭିନ୍ନ କୋର୍ଟର ଆଇନଜୀବୀ ମାନେ, ସାମ୍ବାଦିକ ମାନେ ଓ ବହୁ ବିଜେଡି କର୍ମି ନେତାଗଣ ଗଭୀର ଦୁଃଖ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।