କିଶାନ ରଥ ମୋବାଇଲ ଆପର ଶୁଭାରମ୍ଭ

0
208

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୨୨/୯) : ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଦ୍ୱାରା କିଶାନ ରଥ ମୋବାଇଲ ଆପ୍ ର ରାୟଗଡ ଜିଲ୍ଲାରେ ଏହାର ସୁବ୍ୟବସ୍ଥା ନିମନ୍ତେ ଆଜି ସ୍ଥାନୀୟ ଆର୍.ଏମ୍.ସି ପରିସରରେ ରାୟଗଡ ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଆର୍.ଏମ୍.ସି ସମ୍ପାଦକ ବିପିନ ବିହାରି ସ୍ୱାଇଁ ଏବଂ କର୍ମଚାରୀଙ୍କ ଗହଣରେ ଏହି ମୋବାଇଲ୍ ଆପ୍କୁୁ ଶୁଭାରମ୍ଭ କରିଛନ୍ତି | ଏହି ମୋବାଇଲ୍ ଆପ୍ କୁ ସ୍ମାର୍ଟ ଫୋନରେ ଡାଉନ୍ଲୋଡ଼ କରି ଘରେ ବସି କୃଷିଜାତୀୟ ଦ୍ରବ୍ୟର ପରିବହନ କରିବା ପାଇଁ ଚାଷୀ ଓ ବ୍ୟବସାୟୀ ଏହାର ସୁଯୋଗ ନେଇପାରିବେ ।

କିଶାନ ରଥ ମୋବାଇଲ ଆପ୍ ମାଧ୍ୟମରେ ଚାଷୀ ଏବଂ ଉଦ୍ୟଗୀ ମାନେ କୃଷିଜାତ ଦ୍ରବ୍ୟର ପରିବହନ ନିମନ୍ତେ ସହାୟକ ହେବେ ଓ ଅତି ସହଜରେ କୃଷି ଜାତୀୟ ଦ୍ରବ୍ୟକୁ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚାଇ ପାରିବେ । ଏହି ଆପ୍ ମାଧ୍ୟମରେ ଚଷୀ ତଥା ବ୍ୟବସାୟୀ ମାନେ ନିଜ ଗନ୍ତବ୍ୟ ସ୍ଥଳରେ ସଂପୂର୍ଣ୍ଣ ବିବରଣୀ ଯଥା- ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ର ନାମ ଅନୁସାରେ ପ୍ରଦାନ କରିବା ସହ ଗାଡି ନଂ ଓ ସଂପୃକ୍ତ ବ୍ୟକ୍ତିର ପୁରା ଠିକଣା ଦେଇ ଏବଂ ବଟନ କ୍ଲିକ୍ କରିବା ପରେ ଓ ଅନୁରୋଧ ନମ୍ୱର ଅନୁସାରେ ସଂପୂର୍ଣ୍ଣ ବିବରଣୀ ଜାଣିପାରିବେ କିମ୍ୱା ରଦ୍ଦ କରିପାରିବେ ବୋଲି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

ସେହିପରି ଚାଷ ଜମି ଉତ୍ପାଦିତ ଦ୍ରବ୍ୟକୁ ଫାର୍ମ ରୁ ମଠି ଏବଂ ଗୋଟିଏ ମଠିରୁ ପରିବହନ କରିବା ସୁବିଧା, କୃଷକ, ଏଫ୍.ପି.ଓ, ଆର୍ ଏମ ସି ମଠି ମଧ୍ୟରେ ନିରନ୍ତର ଯୋଗାଣ ସଂଯୋଗ ଓ ଅନ୍ତଃରାଜ୍ୟ ଏବଂ ଅନ୍ତଃମଠି କ୍ରେତାମାନଙ୍କ ପରିବହନ ପାଇଁ ସୁବିଧା ଏବଂ ଦ୍ରବ୍ୟର ଅପଚୟକୁ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ କ୍ଷୟଶୀଳ ଦ୍ରବ୍ୟର ଉନ୍ନତ ମୂଲ୍ୟ ପାଇଁ ସହାୟକ ହୋଇପାରିବ ବୋଲି ଆର୍.ଏମ୍.ସି ସମ୍ପାଦକ ଶ୍ରୀ ସ୍ୱାଇଁ କହିଥିଲେ ।