ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା , ୨ ଗୁରୁତର

0
42
ଦୁଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୩୦/୦୩) : ଆଳି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତା ଶାସନ ଛକ ନିକଟରେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ କୈଳାଶ ଚନ୍ଦ୍ର ବେହରାଙ୍କ ଘର ମହାକାଳପଡା ବାବରରୁ ବାହାରି ଆଳିକୁ ଆସୁଥିବା ବେଳେ ଆରପଟୁ ଚାନ୍ଦବାଲିରୁ ବିକାଶ କୁମାର ଭୂଇଁଆ ନିଜ କାମରେ ପଟ୍ଟାମୁଣ୍ଡାଇ ଅଭିମୁଖେ ଆସୁଥିବାବେଳେ ଦୁଇ ବାଇକ ଶାସନ ଛକ ନିକଟରେ ମୁହାଁମୁହିଁ ହୋଇଥିଲେ । ତାଙ୍କୁ ଆଳି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆଳି ମେଡିକାଲକୁ ଅଣା ଯାଇଥିଲା । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଆଳି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।