ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
30
ଅଷ୍ଟମ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୩୦/୦୩) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ କ୍ଲଷ୍ଟର ର ହରିଣାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗରୁଡଧ୍ୱଜ ପୂଜାହାରୀ ଙ୍କ ସଭାପତିତ୍ବରେ ମୁଖ୍ୟ‌‌‌ଅତିଥି ଭାବେ ପୂର୍ବତନ ୱ।ର୍ଡ ସଦସ୍ୟ କୃଷ୍ଣଚନ୍ଦ୍ର ପଧାନ ଯୋଗଦେଇଥିଲେ । ପ୍ରଥମେ ଗଣେଶ ଓ ମା ବୀଣାପାଣି ଙ୍କ ନିକଟରେ ଧୂପଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରାଯାଇଥିଲା । ଅତିଥି ଓଃ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦାୟୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନ ଉଜ୍ଜଳମୟ କାମନା କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ମୃତି ଚିହ୍ନ ସଦୃଶ ଏକ ପ୍ରମାଣପତ୍ର ଦିଆଯାଇଥିଲା । ଏଥିରେ ପ୍ରଧାନଶିକ୍ଷକ ମକୁନ୍ଦ ଧରୁଆ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଜନ୍ମେଜୟ ବିଶି ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ସତ୍ୟବ୍ରତ କର୍ଣ୍ଣ ଧନ୍ୟବାଦ ଅର୍ପଣ ଦେଇଥିଲେ ।