ପ୍ରକୃତିପ୍ରେମୀ ଙ୍କ ଦ୍ୱାରା ଆହତ ପକ୍ଷୀ ଉଦ୍ଧାର

0
38
ପ୍ରକୃତିପ୍ରେମୀ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୩୦/୦୩) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଟସମଲାଇ – ଖଜୁରିଆପାଲି ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରେ କୌଣସି କାରଣରୁ ଆହତ ହୋଇ ଅଚେତ ଅବସ୍ଥାରେ ପଡ଼ିଥିବା ଏକ ବିରଳ ଚାତକ ପକ୍ଷୀକୁ ପ୍ରକୃତିପ୍ରେମୀ ଶ୍ରୀ ସତ୍ୟଜିତ ଗଡୁଆ ଦେଖିଥିଲେ ।

ପ୍ରକୃତିପ୍ରେମୀ ଙ୍କ ଦ୍ୱାରା ଆହତ ପକ୍ଷୀ ଉଦ୍ଧାର । ସେହି ଆହତ ପକ୍ଷୀକୁ ଦେଖିବା ମାତ୍ରେ ବିଳମ୍ବ ନକରି ଘରକୁ ଆଣି ଗ୍ଲୁକୋଜ ପାଣି ପିଆଇଥିଲେ । କିଛି ସମୟ ପରେ ପକ୍ଷୀଟି ସୁସ୍ଥ ଅନୁଭବ କଲାପରେ ପକ୍ଷୀର ପ୍ରାକୃତିକ ବାସସ୍ଥଳୀ ଜଙ୍ଗଲ ମଧ୍ୟକୁ ନେଇ ଉଡାଇ ଦେଇଥିଲେ l ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି ଧୀରେ ଧୀରେ ସୂର୍ଯ୍ୟଙ୍କ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଲାଣି ଯଦି ବନ୍ୟପ୍ରାଣୀ କି ପକ୍ଷୀ ମାନଙ୍କର ଏଭଳି ଅସୁବିଧା କାହା ନଜରରେ ଆସେ ସୁରକ୍ଷା କରିବା ସହ ସବୁଜ ପରିବେଶ କୁ ନିଆଁ ଦାଉରୁ ରକ୍ଷା ଆମରି ଦାୟିତ୍ୱ ବୋଲି ସତ୍ୟଜିତ ଜଣାଇଛନ୍ତି l ପ୍ରକୃତିପ୍ରେମୀ ସତ୍ୟଜିତଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଉଅଛି l