ପୂର୍ବତନ ବିଧାୟକ ବିଜେଡି ରେ

0
53
ପୂର୍ବତନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୩) : ପୂର୍ବତନ ବିଧାୟକ ବିଜେଡି ରେ । ସାଧାରଣ ନିର୍ବାଚନ ପାଇଁ କାଶୀନଗର ବ୍ଲକ ଚଳ ଚଞ୍ଚଳ ହୋଇ ଉଠୁଛି ।ରାଜନୈତିକ ପାଣିପାଗ ଦିନ କୁ ଗୋଟିଏ ଭଳି ପ୍ରବାହିତ ହେଉଛି ।

ଗତ କାଲି ବ୍ରହ୍ମପୁର ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପାରଳାଖେମୁଣ୍ଡି ଗସ୍ତ କରିଥିବା ବେଳେ ଆଜି କାଶୀନଗର ବ୍ଲକ ରାଣୀପେଣ୍ଠ ରେ ରହୁଥିବା ପୂର୍ବତନ କଂଗ୍ରେସ ବିଧାୟକ ଶ୍ରୀ କେ. ସୂର୍ଯ୍ୟା ରାଓ ଆଜି ଶଙ୍ଖ ଭବନ ରେ କିଛି ସମର୍ଥକ ଙ୍କ ସହ ବିଜେଡ଼ି ରେ ମିଶି ଶଙ୍ଖ ଫୁଙ୍କିଛନ୍ତି । ୨୦୧୪ ମସିହାରେ ଶ୍ରୀ ରାଓ କଂଗ୍ରେସ ବିଧାୟକ ଥିଲେ, ୨୦୧୯ ରେ ସେ ପୁନଃ କଂଗ୍ରେସ ରୁ ଟିକେଟ ପାଇ ବିଜେପି ପ୍ରାର୍ଥୀ କେ ନାରାୟଣ ରାଓ ଙ୍କ ପାଖରେ ହାରିଥିଲେ । ଏହାଙ୍କ ବିପକ୍ଷରେ ଡ଼. ତିରୁପତି ପାଣିଗ୍ରାହୀ ସ୍ୱାଧୀନ ଭାବେ ଲଢ଼ି ହାରିଯାଇଥିଲେ ।

ଏବେ ଉଭୟେ ଶଙ୍ଖ ଧରିଛନ୍ତି । ବିଧାୟକ ଥିବାବେଳେ ନିଜ ର ଘନିଷ୍ଠ ହୋଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ତିରୁପତି ର୍ଷ ୨୦୧୯ ରେ ସମ୍ପୂର୍ଣ ବିରୋଧୀ ଥିଲେ ସେ ତିରୁପତି ପାଣିଗ୍ରାହୀ ଙ୍କୁ ସମର୍ଥନ କରିଥିଲେ । ଏବେ ପୁଣି ସମସ୍ତେ ଗୋଟିଏ ନୌକାର ଯାତ୍ରୀ ହୋଇଛନ୍ତି । ଏବେ ବିଜେଡ଼ି ରେ ମୂଳ ଦଳ ରେ ଥିବା ନେତା ଆମଦାନୀ ନେତା ଓ ନିର୍ବାଚନୀ ଡିଆଁ ପର୍ବରେ ମିଶୁଥିବା ନେତା ସବୁ ଗୋଟିଏ ଯାଗାରେ ହାଜର, ଏଣୁ ରାଜନୈତିକ ପାଣିପାଗ କୁ ଅନୁମାନ ଲଗାଇ ପରିବା କଷ୍ଟ କର ବୋଲି ରାଜନୈତିକ ସମୀକ୍ଷକ ମାନେ ଗଣନା ଅରମ୍ଭ କରିଦେଇଛନ୍ତି ।