ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ

0
38
ଜାତୀୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୩୦/୦୩) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟ ଗ୍ରାମ ରେଗଡ଼ା ପଞ୍ଚୟତର ବଡ଼ଗୁଡା ଗ୍ରାମରେ ଗତ ୨୪ ତାରିଖରୁ ଚାଲିଥିବା ସେବା ଯୋଜନାର ୟୁନିଟ-୧ (ପୁରୁଷ) ପକ୍ଷରୁ ସାତ ଦିନିଆ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ ହୋଇଯାଇଛି ।WhatsApp Image 2024 03 30 at 21.27.25 1 ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଡିନ ଡ ଏ ବି ଶ୍ରୀନିବାସ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସାତ ଦିନିଆ ଶିବିରରେ ଛାତ୍ରଛାତ୍ରୀ ମାନେ ଯାହା ସବୁ ଗ୍ରାମରେ ସଚେତନତା କରିଛନ୍ତି ସେ ସବୁକୁ ନିଜ ଜୀବନରେ ମଧ୍ୟ ଅନୁସରଣ କରିବା ପାଇଁ କହିଥିଲେ । କାଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନସୁ ଶେଖର ରଥ ସ୍ୱାଗତ ଭାଷଣ ଦେବା ସହ ଗତ ସାତ ଦିନ ଧରି ଚାଲିଥିବା କାଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।

ଅଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ୫୦ ଜଣ ସ୍ବେଚ୍ଛାସେବୀ ଭାଗ ନେଇଥିଲେ । ଏହି ଅବସରରେ ସ୍ପନ୍ଦନ କାଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀ ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେବା ଯୋଜନାର ସଭ୍ୟ ପ୍ରଫେସର ବାଣୀ ପ୍ରସାଦ ନାୟକ, ଗୋପାଳ କୃଷ୍ଣ ମହନ୍ତ ଓ ଧୁମେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।