ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଗାମୀ ଶିକ୍ଷାବର୍ଷର ୯ମ ଓ ୧୦ମ ଶ୍ରେଣୀ ଅଭିଭାବକଙ୍କ ବୈଠକ ଅନୁଷ୍ଠିତ

0
25
ସରସ୍ଵତୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୩୧/୩) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରର ଆଗାମୀ ଶିକ୍ଷାବର୍ଷର ୯ମ ଓ ୧୦ମ ଶ୍ରେଣୀ ଶିକ୍ଷା ପ୍ରଣାଳୀ ଓ ପରୀକ୍ଷା ପଦ୍ଧତି ଵିଷୟରେ ପୂର୍ବ ସୂଚନା ପ୍ରଦାନ ନିମନ୍ତେ ଅଭିଭାବକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଗାମୀ ଶିକ୍ଷାବର୍ଷର ୯ମ ଓ ୧୦ମ ଶ୍ରେଣୀ ଅଭିଭାବକଙ୍କ ବୈଠକରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିବାବେଳେ ସଂପାଦକ ଶ୍ରୀ ସୋମନାଥ ଗୌଡ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଉପସଭାପତି ଶ୍ରୀ ମୋହନ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଶ୍ରୀ ପି ଗୋବିନ୍ଦ ରାଓ ଓ ସଦସ୍ୟା ଶ୍ରୀମତି ପ୍ରତିଭା ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ବରିଷ୍ଠ ବିଦ୍ୟା ମନ୍ଦିର ଇଂରାଜୀଶିକ୍ଷକ ଶ୍ରୀ ଗୋପୀନାଥ ଶତପଥୀ ମଧ୍ୟ ଉପସ୍ଥିତ ରହି ଆଶୀର୍ବଚନ ପ୍ରଦାନ କରିଥିଲେ । ଆଚାର୍ଯ୍ୟ। ଶ୍ରୀ ମତୀ ସଂଯୁକ୍ତା ନାୟକ ସଂଯୋଜନା କରିଥିଲେ ।