ଚର୍ଚ୍ଚା ରେ ଥିବା ଟିଟିଲାଗଡ ଜେଲରୁ ଫେରାର କଏଦୀ ଗିରଫ

0
69
ଚର୍ଚ୍ଚା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୩୦/୦୭) : ଟିଟିଲାଗଡ଼ ଉପକାରାଗାର ରୁ ଫେରାର କଏଦୀ ସୁମିତ ବେହେରା ଗିରଫ ହୋଇଛି lWhatsApp Image 2024 03 30 at 15.21.04 ଚର୍ଚ୍ଚା ରେ ଥିବା ଟିଟିଲାଗଡ ଜେଲରୁ ଫେରାର କଏଦୀ ଗିରଫ

ସୂଚନା ଯେ ଗତ ୯ ତାରିଖରେ ଟିଟିଲାଗଡ଼ ଉପକାରାଗାରରୁ ୨ ଜଣ କଏଦୀ ସୁମିତ ଏବଂ ଶୋଭାବନ ରାଣା ଫେରାର ହୋଇଯାଇଥିଲେ l ଏନେଇ ଜେଲ କତୃପକ୍ଷ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ l ଘଟଣା ନେଇ ଜେଲ ଡିଆଇଜି କୁଳମଣି ବେହେରା ତଦନ୍ତ ସହ ଦୁଇ ଜଣ ୱାର୍ଡରଙ୍କୁ ନିଲମ୍ବିତ କରିଥିଲେ l କଏଦୀ ଫେରାର ହେବା ପଛରେ ଅଧିକ୍ଷକ ଙ୍କ ଭୂମିକା ନେଇ ଡିଆଇଜି ସନ୍ଦେହ ପ୍ରକାଶ କରିଥିଲେ l ଉଭୟ କଏଦୀ ଜେଲ ପାଚେରୀ ବାହାରେ ଥିବା ଜେଲ ଅଧିକ୍ଷକଙ୍କ ଘରେ କାମ କରୁଥିବା ତଥା ବାହାରେ ସର୍ବସାଧାରଣ ସ୍ଥାନରେ ଜେଲ କର୍ମଚାରୀଙ୍କ ସହ ଭୋଜି, ଭାତରେ ସାମିଲ ହୋଇଥିବା ଚର୍ଚ୍ଚା ଜୋର ଧରିଛି ।

ସୁମିତ ଜଣେ ଶିଶୁକୁ ହତ୍ୟା ଏବଂ ଏବଂ ଶୋଭାବନ ଦୁଇ ଜଣ ଶିଶୁଙ୍କୁ ବଳି ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲେ l ବର୍ତ୍ତମାନ ଟିଟିଲାଗଡ଼ ପୋଲିସ ଜଣେ ଅଭିଯୁକ୍ତ ସୁମିତକୁ ଗିରଫ କରି ସିନ ରିକ୍ରିଏସନ ପାଇଁ ପୋଲିସ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଅବନୀ ସାହୁ ପୁଲିସ ବଳ ସହିତ ଉପକାରାଗାରକୁ ଆଣିଛନ୍ତି l ପରେ ଟିଟିଲାଗଡ଼ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସପି ରିଷିକେଶ ଖିଲାରୀ ଏନେଇ ତଥ୍ୟ ପ୍ରଦାନ ସହ ତଦନ୍ତ ଚାଲିଥିଵା କହିଛନ୍ତି l