ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ !

0
50
ଅଂଶୁଘାତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୩୧/୦୩) : ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଟାଉନ୍‌ରୁ । ମୃତକ ହେଉଛି ଖୁଜେନପାଲି ଗାଁ’ର ୩୦ ବର୍ଷୀୟ ଯୁବକ ତ୍ରିନାଥ ବକୁଲ ।

ତ୍ରିନାଥ ବକୁଲ ବଲାଙ୍ଗିର ଟାଉନ୍‌କୁ ଆସିଥିଲେ । ମାର୍କେଟିଂ ସାରି ମଧ୍ୟାହ୍ନରେ ଘରକୁ ଫେରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଭୀମଭୋଇ ମେଡ଼ିକାଲ୍‌ ଆଣ୍ଡ ହସ୍ପିଟାଲ୍‌କୁ ନେଇଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତ୍ରିନାଥଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସଦର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି ।

ଆଜି ବଲାଙ୍ଗିର ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଯେଉଁଥିପାଇଁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ୧୧ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍ ହୋଇଯାଉଛି । ସେପଟେ ରାତିରେ ମଧ୍ୟ ଗୁଳଗୁଳି ହେଉଛି। ଯେଉଁଥିପାଇଁ ଲୋକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେପଟେ ଆଜି ପର୍ଯ୍ୟନ୍ତ ସହର ଭିତରେ ଜଳଛତ୍ର ଖୋଲାଯାଇନାହିଁ । ଯାହାଫଳରେ ପାଣି ଟୋପାଏ ପାଇଁ ପଥଚାରୀମାନେ ଡହଳ ବିକଳ ହେଉଛନ୍ତି । ଏହା ସହିତ ଅଘୋଷିତ ବିଦ୍ୟୁତ କାଟ ମଧ୍ୟ ଚିନ୍ତା ବଢ଼ାଇଛି ।