ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ୪ର୍ଥ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ଘାଟିତ

0
46
ଜି ଆଇ ଇ ଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୩୧/୦୩) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, କମ୍ପୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ସହଯୋଗରେ ବିଶ୍ୱବିଦ୍ୟାଳୟ ର କେନ୍ଦ୍ରୀୟ କକ୍ଷରେ ଦୁଇଦିନିଆ ୪ର୍ଥ ଆନ୍ତର୍ଜାତିକ ସମ୍ମିଳନୀ “ମେସିନ ଲେର୍ନିଙ୍ଗ, ଆଇଓଟି ଏବଂ ବିଗ ଡାଟା” ସମ୍ପର୍କିତ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି ।WhatsApp Image 2024 03 31 at 12.34.44 ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ୪ର୍ଥ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ଘାଟିତ

ଏହି ଉଦ୍ଘାଟନୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଆଇ ଆଇ ଟି ଭୁବେନଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମଲକର ଯୋଗ ଦେଇ ସମ୍ମିଳନୀର ଶୁଭ ଉଦ୍ଘାଟନ କରି ବର୍ତମାନ ଯୁଗରେ ଏହାର ଆଵଶ୍ୟକତା ବିଷୟରେ କହିଥିଲେ । ସମ୍ମାନୀୟ ଅତିଥି ଭାବେ ୟୁନିଭେର୍ସିଟି ଅଫ ହାଇଦ୍ରାବାଦର ପ୍ରଫେସର ଶିବା କେ ଉଦଘାତା ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ସମ କୁଳାଧିପତି ଏବଂ ସମ୍ମିଳନୀର ସଭାପତି ପ୍ରଫେସର ଡ଼ ଲଳିତ ମୋହନ ପଟ୍ଟନାୟକ ଯୋଗ ଦେଇଥିଲେ । କୁଳପତି ଡ଼ଃ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗର ଡେପୁଟି ଡିନ ଡ଼ଃ କେ ମୁରଲୀ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ ‌। ଏହି ସମ୍ମିଳନୀ ରେ ବିଭିନ୍ନ ଗବେଷକଙ୍କ ଦ୍ୱାରା ନିଜର ଗବେଷଣା ଏଥିରେ ଉପସ୍ଥାପନ କରାଯାଇଥିଲା ।

ଏହି ସମ୍ମିଳନୀ ଉପଲକ୍ଷେ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ବିଭାଗୀୟ ହାକଥାନର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ.ଭି .ଜଗନ୍ନାଧା ରାଓ, ସ୍କୁଲ ଅଫ ଇଞ୍ଜିନିୟରିଂ ର ଡିନ ଡ଼ଃ ଏ ବି ଶ୍ରୀନିବାସ ରାଓ, ପରୀକ୍ଷା ନିୟନ୍ତ୍ରକ ଡ଼ଃ ପି ବିଜୟ କୁମାର, ଅଧ୍ୟାପକ ଏସ ଏନ ଦାସ, ରାଘବେନ୍ଦ୍ର କୁମାର, ବିଭାଗର ପ୍ରଫେସର, ଆନ୍ତଜାତିକ ବୈଜ୍ଞାନିକ ପ୍ରକାଶନ ଅନୁଷ୍ଠାନ ସ୍ପିଞ୍ଜର ସାମନମୟ ରେ ଆୟୋଜକ ଆଇଜି ଆଇଟି ସାରଙ୍ଗର ଅଧ୍ୟାପକ ଶ୍ରୀନିବାସ ସେଠି , ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ସମ୍ମିଳନୀ ପୁସ୍ତିକା ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।