ଶିକାର କରି ଫେରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ

0
49
ଶିକାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୩୧/୦୩) : ଶିମିଳିପାଳ ଅଭୟରଣ୍ୟର ଡୁକୁରା ରେଞ୍ଜରୁ ୯ ଜଣ ଶିକାରୀଙ୍କୁ ଗିରଫ କରିଛିନ୍ତି ଶିମିଳିପାଳପାଳ ବନ ବିଭାଗ ।

ଶିକାରୀଙ୍କ ଠାରୁ ୩୦ କେଜି ସମ୍ବର ମାଂସ ଓ ୯ଟି ବନ୍ଧୁକ ଜବତ କରିଛି ବନ ବିଭାଗ । ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁବନ ବିଭାଗ ଉଦ୍ୟମ ଚଳାଇଛି । ଶୁକ୍ରବାର ବିଳମ୍ୱିତ ରାତିରେ ୪୦ରୁ ଅଧିକ ଶିକାରୀ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଭିତରକୁ ଯାଇଥିଲେ । ଆଉ ଗୋଟିଏ ସମ୍ୱର ଶିକାର କରିଥିଲେ । ଶିକାର ପରେ ସମ୍ୱରକୁ ଧରି ଶିକାରୀମାନେ ଘରକୁ ଫେରୁଥିଲେ । ବିଶେଷସୂତ୍ରରୁ ଖବର ପାଇ ଶିମିଳିପାଳ ଟାଇଗର ରିଜର୍ଭ ଅଧିକାରୀଙ୍କ ନେତୃତ୍ୱର ଏକ ଟିମ୍‌ ଯେନାବିଲ ରେଞ୍ଜରେ ଚଢ଼ଉ କରିଥିଲା । ସେହି ସମୟରେ ୯ ଜଣ ଶିକାରୀଙ୍କୁ ମାଡ଼ି ବସିଥିଲା ବନ ବିଭାଗ । ତେବେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଗିରଫ ହୋଇଥିବା ଶିକାରୀଙ୍କଠାରୁ ୯ଟି ବନ୍ଧୁକ ଓ ସମ୍ୱର ମାଂସ ଜବତ କରିଛି । ଫେରାର ହୋଇଯାଇଥିବା ଶିକାରୀଙ୍କୁ ଧରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଉଛି । ଖୁବ୍‌ ଶୀଘ୍ର ଶିକାରୀମାନଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ କହିଛି ।